STORYMIRROR

Chinmaya Kumar Nayak

Abstract Comedy

4  

Chinmaya Kumar Nayak

Abstract Comedy

ବିଚକ୍ଷଣ

ବିଚକ୍ଷଣ

1 min
212

ହେଲା ଖରାଛୁଟି ପିଲାଏ ଆନନ୍ଦ

ମନୁ ଗଲା ପାଠ ଚିନ୍ତା

ମୋବାଇଲି ଧରି କଟିଯିବ ଦିନ

କାନ୍ଦିବେ ବିଛଣା କନ୍ଥା। 


କି ଯୁଗ ଏ ହେଲା ମୋବାଇଲି ବିନା

ଗଳାରେ ଗଳେନା ଭାତ,

ନିଦ ଆସେନାହିଁ ନଦେଖିଲେ ତାକୁ

ନ ଶୁଣିଲେ ତାର ଗୀତ। 


ସକାଳ ପ୍ରହରୁ ରାତ୍ରୀ ଶେଷ ଯାଏଁ

ଚାଲିଥିବ ଏ ତାମସା,

ମୁହଁ ମାଡ଼ି ପିଲେ ଚାହିଁ ବସିଥିବେ

ଯେପରି ସେ ହିଁ ଭରସା। 


ଅବଶ୍ୟ ଖରାର ପ୍ରକୋପ ଯେପରି

ଏହା ଉପକାରୀ କଥା,

ନହେଲେ ଘରକୁ ମଥାରେ ଉଠାଇ

ନାକେଦମ କରିଥାନ୍ତା। 


ଅନଲାଇନରେ ପାଠପଢ଼ାର ଏ

ଗାଢ଼ ପାର୍ଶ୍ଵ ପ୍ରତିକ୍ରିୟା,

ଘରପାଠ ନାଁରେ ଯାନ୍ତ୍ରିକ ବୁଦ୍ଧିର

ଚାଲେ କେତେ ଛନ୍ଦ ମାୟା। 


ପାରି ହେବ ନାହିଁ ଆଜିକା ପିଲାଙ୍କୁ

ଓଳିଆରୁ ପଡ଼ି ଗଜା,

ଗେହ୍ଲେଇ କହିଲେ ଗାଲେଇ ଦିଅନ୍ତି

ବିଗିଡନ୍ତି ଦେଲେ ସଜା। 


ଦିନୁଁ ଦିନ ଯେହ୍ନେ ବଢ଼ି ଚାଲିଅଛି

ଗ୍ରୀଷ୍ମର ବାଘୁଆ ତାତି,

ଆଜିର ପିଲାଏ ନିଜ ମନେ ରାଜା

କହିବାର ନାହିଁ ଶକ୍ତି।  


ବିଚକ୍ଷଣ ବୁଦ୍ଧି ଅସହ୍ୟ ଦୁଷ୍ଟାମୀ

ଆଜି ପିଲାଙ୍କର ଚିତ୍ର,

ଆକଟରେ କେବେ ଅଟକନ୍ତି ନାହିଁ

ଅବୁଝା ତାଙ୍କ ଚରିତ୍ର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract