STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ବିଚିତ୍ର କଥା

ବିଚିତ୍ର କଥା

1 min
3.0K

ଧନ୍ୟ ହେ ବିଧାତା ଧନ୍ୟ ତୁମ ସୃଷ୍ଟି

ଧନ୍ୟ ଅଟେ ତୁମ ସଂସାର

ବିଚିତ୍ର ତୁମର ଏ ଜୀବଜଗତ

ଲୀଳା ତୁମ୍ଭ କେଡ଼େ ଅପାର


କିଏ ମିଠା କଥା କହି ଜିଣେ ମନ

କିଏ ପୁଣି ଗଢେ ତାଜମହଲ

କିଏ ମିଠା ଗୀତେ ହୃଦୟ ଜିତଇ

କିଏ ହଳ ଧରି କରେ ଫସଲ


କିଏ କବି ହୋଇ କବିତା ଳେଖଇ

କିଏ ଗଢେ କେତେ ମାଟି କଣ୍ଢେଇ

କିଏ ପୁଣି ନାଚି ମନ ମୋହିନିଏ

କିଏ ଛିଣ୍ଡା ଜୋତା ଦିଏ ସିଲାଇ


କିଏ ଦ୍ୱାର ଦ୍ୱାର ବୁଲି ଭିକ ଯେ ମାଗଇ

କିଏ ପରିଶ୍ରମ କରେ ଝାଳ ନିଗାଡ଼ି

କିଏ ଯୋଡ଼ିଦିଏ ଚିରା କନା ପୁଣି

କିଏ ଗଢେ ଦାଆ ଲୁହାକୁ ମୋଡ଼ି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract