STORYMIRROR

Dibya Ranjan Sahoo

Tragedy Inspirational

3  

Dibya Ranjan Sahoo

Tragedy Inspirational

ବିଚିତ୍ର ଦୁନିଆ

ବିଚିତ୍ର ଦୁନିଆ

1 min
161

 ଦୁନିଁଆ ପୂଜୁ ସେ ଦେବୀକୁ

ଗୋଟେ ମା ଆଜି ଦାଣ୍ତ ରେ ପଡିଛି

ଦେହ ରେ ତା ଲୁଗା ନାହିଁ


ଆଉ ଗୋଟେ ମା ସୁନା ରେ ଛାଉଣୀ 

ବସିଛି ସଜେଇ ହେଇ


ଗୋଟେ ମା ଆଜି ଭୋକ ବିକଳରେ

କାନ୍ଦୁଥାଏ କଇଁ କଇଁ


ଆଉ ଗୋଟେ ମା ପିଠା ପଣା ଖାଇ 

ଦେଖୁଛି ମୌନ ହେଇ


ଗୋଟେ ମା ପାଇଁ ସବୁ ଆଜି ବ୍ୟସ୍ତ 

ସମୟ ନାହିଁ କା ପାଖେ


 ଆଉ ଗୋଟେ ମା ଲୁହ ଝରାଉଛି

ନିତି ଏ ଦୁନିଁଆ ଦେଖେ


ବିଚିତ୍ର ଦୁନିଁଆ ବିଚିତ୍ର ଏ କଥା

ମାଟି ମୂତ୍ତି ପୂଜା ପାଉଛି


ଚଳନ୍ତି ଠାକୁର ଦାଣ୍ଡ ଘାଟେ ପଡି

ଅସହ୍ୟ ଯନ୍ତ୍ରଣା ସହୁଛି


ମା ଖାଲି ଅଳି ଏତିକି ତୋ ପାଖେ 

ସାହା ହେବୁ ସେହି ମା କୁ


ଯେଉଁ ମା ଆଜି ଅଖୋଜା ଅଲୋଡା

ଦୁନିଆଁ ପୂଜୁ ସେ ଦେବୀ କୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy