ବିଚିତ୍ର ଦୁନିଆ
ବିଚିତ୍ର ଦୁନିଆ
ଦୁନିଁଆ ପୂଜୁ ସେ ଦେବୀକୁ
ଗୋଟେ ମା ଆଜି ଦାଣ୍ତ ରେ ପଡିଛି
ଦେହ ରେ ତା ଲୁଗା ନାହିଁ
ଆଉ ଗୋଟେ ମା ସୁନା ରେ ଛାଉଣୀ
ବସିଛି ସଜେଇ ହେଇ
ଗୋଟେ ମା ଆଜି ଭୋକ ବିକଳରେ
କାନ୍ଦୁଥାଏ କଇଁ କଇଁ
ଆଉ ଗୋଟେ ମା ପିଠା ପଣା ଖାଇ
ଦେଖୁଛି ମୌନ ହେଇ
ଗୋଟେ ମା ପାଇଁ ସବୁ ଆଜି ବ୍ୟସ୍ତ
ସମୟ ନାହିଁ କା ପାଖେ
ଆଉ ଗୋଟେ ମା ଲୁହ ଝରାଉଛି
ନିତି ଏ ଦୁନିଁଆ ଦେଖେ
ବିଚିତ୍ର ଦୁନିଁଆ ବିଚିତ୍ର ଏ କଥା
ମାଟି ମୂତ୍ତି ପୂଜା ପାଉଛି
ଚଳନ୍ତି ଠାକୁର ଦାଣ୍ଡ ଘାଟେ ପଡି
ଅସହ୍ୟ ଯନ୍ତ୍ରଣା ସହୁଛି
ମା ଖାଲି ଅଳି ଏତିକି ତୋ ପାଖେ
ସାହା ହେବୁ ସେହି ମା କୁ
ଯେଉଁ ମା ଆଜି ଅଖୋଜା ଅଲୋଡା
ଦୁନିଆଁ ପୂଜୁ ସେ ଦେବୀ କୁ ।