STORYMIRROR

Narayan chandra Nayak

Classics

4  

Narayan chandra Nayak

Classics

ବିଛିନ୍ନାଞ୍ଚଳ ମିଶ୍ରଣ ପାଇଁ ଦିଅ ଆହ୍ବାନ

ବିଛିନ୍ନାଞ୍ଚଳ ମିଶ୍ରଣ ପାଇଁ ଦିଅ ଆହ୍ବାନ

1 min
8


ଆଧୁନିକ ଓଡ଼ିଶାର ବିଛିନ୍ନ ଉତ୍କଳ ଭୂଇଁ

ପ୍ରତିବେଶୀ ରାଜ୍ୟମାନଙ୍କ ରେ ଅଛି ଖଣ୍ତିତ ହୋଇ, 

ମୌନ ମୁଖରେ ବିଛିନ୍ନାଞ୍ଚଳବାସୀ ରହିଛନ୍ତି ଚାହିଁ

ମୂଳ ଭୁଖଣ୍ଡ ରେ ସମ୍ମିଶ୍ରଣ ହେବା ପାଇଁ।

ଓଡ଼ିଶା ର ମାଟି, ଓଡ଼ିଶା ପାଣି ପବନ

ନଦନଦୀ , ବନ, ଗିରି, ଖଣିଖାଦାନ, 

ଷଡଯନ୍ତ୍ର କରି, କରିଲେ ଶୋଷଣ

ନିଜ ଅଧିନରେ ରଖି ପ୍ରତିବେଶୀଗଣ।

ଶୁଣ ଜାତିପ୍ରେମୀ ବନ୍ଧୁ ଦମ୍ଭ କରି ଛାତି

ବିଛିନ୍ନାଞ୍ଚଳ ର ଏ ଅନାଲୋଚିତ ଗୀତି, 

ସ୍ବ-ଭୂମିରେ ବିଛିନ୍ନାଞ୍ଚଳବାସୀ ହୋଇ ଭୂଲୁଣ୍ଠିତ

ସବୁଥିରୁ ବଂଚିତ ହୋଇ କରୁଛନ୍ତି କାଳାତିପାତ।

ମାତ୍ରୁଭାଷା ରେ ବିଦ୍ଯାଧ୍ଯାୟନ ମନା

ମାତ୍ରୁଭାଷା ରେ ଭାବ ପ୍ରକାଶ କଲେ ପଡେ ଜୋରିମାନା, 

କେତେ ଟାହି ଟାପରା, କେତେ ଯେ ଯନ୍ତ୍ରଣା

ସବୁ ସହୁଛନ୍ତି ହୋଇ ନାହାଁନ୍ତି ବାଟବଣା ।

ବିଛିନ୍ନାଞ୍ଚଳ ର ଭାଷା, ସାହିତ୍ୟ,ସଭ୍ଯତା,ସଂସ୍କୃତି

ବଡ ଜଟିଳ ଅବସ୍ଥା ଦେଇ କରୁଅଛି ଗତି, 

ତଥାପି ଭୁଲିନଯାଇ ନିଜ ପର୍ବପର୍ବାଣି ରୀତିନୀତି

ଦୁଃଖ , ଅସୁବିଧା ସହି ପାଳନ୍ତି ପର୍ବ ପ୍ରତିଟି।

ଅତ୍ଯନ୍ତ ଦୁଃଖଦ ଭରା ତାଙ୍କର କାହାଣୀ

ଯେତେ ବଖାଣିଲେ ଜମା ସରିବନି, 

କିନ୍ତୁ ନଇଁ ନାହିଁ ମଥା, କେବେବି ନଇଁବ ନାହିଁ

ଅଖଣ୍ଡ ଉତ୍କଳ ମାତା ର ସେ ସନ୍ତାନ ଭାରି ସ୍ବାଭିମାନୀ।

ଜାଗରେ ଜାଗରେ ଓଡ଼ିଶା ର ସନ୍ତାନଗଣ

ବିଛିନ୍ନାଞ୍ଚଳବାସୀ ଙ୍କ ସହ ମିଶି କରରେ ପ୍ରଣ, 

ଜାତିପ୍ରେମ ବହ୍ନି ହ୍ରୁଦୟେ କରି ଧାରଣ

ବିଛିନ୍ନାଞ୍ଚଳ ମିଶ୍ରଣ ପାଇଁ ଦିଅ ଆହ୍ବାନ।

                   


 


Rate this content
Log in

Similar oriya poem from Classics