ବିଚ୍ଛନ୍ନାଚଳ ଆମ ଭାଷାପୂର୍ଣ ରହୁ
ବିଚ୍ଛନ୍ନାଚଳ ଆମ ଭାଷାପୂର୍ଣ ରହୁ
ଦୀନବନ୍ଧୁ ତୁମେ ଜଗତର ବନ୍ଧୁ,
ଭାଷାପୂର୍ଣ୍ଣ କର ପ୍ରଭୁ କୃପାସିନ୍ଧୁ।
ବିଚ୍ଛନ୍ନା ଭୂମିଟି ଭାଷାପୂର୍ଣ୍ଣ ରହୁ
ଓଡ଼ିଆ ଭାଷାର ଆଦରଟି ରହୁ।
ଆମ୍ଭର ଜନନୀ ଓଡ଼ିଆ ଜନନୀ,
ଓଡ଼ିଆରେ ଶିକ୍ଷାଦିଏ ଟି ଜନନୀ।
ଓଡ଼ିଆର ଧୂଳି ବଦନେ ବଳିଛି,
ଓଡ଼ିଆର ଶିକ୍ଷା ଚିନ୍ତନେ ରହିଛି।
ଓଡ଼ିଆ ସଂସ୍କୃତି ଓଡ଼ିଆ ଭାଷାରେ,
କିମ୍ପା ହୀନିମାନ ହୁଏଟି ଏଠାରେ?
ନାହିଁଟି ଆଦର ନ ହୁଏ ଅଙ୍କୁର,
କର ଅଙ୍କୁରିତ ଭାଷାକୁ ନିଜର।
ଯେଉଁ ଭୂମି ଥିଲା ଉତ୍କଳେ ଜଡ଼ିତ,
ହୁଏ ହୀନିମାନ ଆଜି ଅପ୍ରମିତ।
ନାହିଁ ଧ୍ୟାନ କା'ର ଭାଷାର ବିକାଶେ
ବହି ମିଳେ ନାହିଁ ତାହାରି ସକାଶେ।
ବିଚ୍ଛନ୍ନା ଏ ଭୂମି ଝାଡ଼ଖଣ୍ଡ ରାଜ୍ୟେ,
ମାତୃଭାଷା ଶିକ୍ଷା ନାହିଁ କି ଏ ରାଜ୍ୟେ?
ବହିର ମୁଦ୍ରଣ ହୁଏ ନାହିଁ ରାଜ୍ୟେ
କି ପରିଟି ହେବ ଶିକ୍ଷା ଏହୁ ରାଜ୍ୟେ?
ଶିକ୍ଷକ ଓଡ଼ିଆ ଅଛନ୍ତି ଏଠାରେ,
ଦେଉ ଛନ୍ତି ଶିକ୍ଷା ଅନ୍ୟହିଁ ଭୂମିରେ।
ଓଡ଼ିଆ ସ୍କୁଲ ହିଁ ଭାଷା ଶୂନ୍ୟ ଏବେ,
ଓଡ଼ିଆ ଶିକ୍ଷକ ନାହାଁନ୍ତି ଟି ଏବେ।
ବିହାର ଅଧିନେ ଥିଲା ଯେବେ ଭୂମି,
ଭାଷାପୂର୍ଣ ଥିଲା ବିଚ୍ଛିନ୍ନା ଏ ଭୂମି।
ପ୍ରାରମ୍ଭିକ ଠାରୁ କଲେଜ ପ୍ରଯୋନ୍ତ,
ଶିକ୍ଷକ ହିଁ ଥିଲେ ଏଠାରେ ଅତ୍ୟନ୍ତ।
ଭାଷାର ଆଦର ନାହିଁ ଯେଉଁ ରାଜ୍ୟେ,
ଭାଷାର ଉନ୍ନତି କିପରି ସେ ରାଜ୍ୟେ?
ସମୟ ଟି ଏହୁ ଜାଗି ଉଠ ସବୁ,
କରିବା ଆଦର ମାତୃଭାଷା ସବୁ।
ଏକତ୍ରିତ ମନ୍ତ୍ରେ ସମ୍ଭବ ହିଁ ସବୁ
ପାଠ ଓଡ଼ିଆ ରେ ପଢିବେ ହିଁ ସବୁ।
ମୁଦ୍ରଣ ବହିର ହେଉ ଝାଡ଼ଖଣ୍ଡେ
ଓଡ଼ିଆରେ ବହି ମିଳୁ ଝାଡ଼ଖଣ୍ଡେ।
ଓଡ଼ିଆ ଭୂମିରେ ଓଡ଼ିଆ ଶିକ୍ଷକ,
ଚେଷ୍ଟା କରୁ ଥିବା ରହିଣ ସତର୍କ।
ଓଡ଼ିଆର ଜ୍ଞାନୀ ଜାଗି ଉଠ ପୁଣି,
ଭାଷାର ପ୍ରଦୀପ ଜାଳି ଦିଅ ପୁଣି।
ଜାତିପ୍ରଥା ଭୁଲି ଏକତ୍ରିତ ରୁହ
ଅହଙ୍କାର ଛାଡି କର୍ମପଥେ ରୁହ।
ଭାଷା ଶୁନ୍ୟ ଭୂମି ଭାଷାପୂର୍ଣ ହେଉ
ମାତୃଭାଷା ଆମ ଉନ୍ନତିଟି ପାଉ।
ବିଚ୍ଛିନ୍ନା ଏ ଭୂମି ଜଗନ୍ନାଥ ଭୂମି,
କରିବେଟି ପ୍ରଭୁ ଭାଷାପୂର୍ଣ ଭୂମି।
ଜାଗ୍ରତ ହୁଅହେ ଓଡ଼ିଆ ସନ୍ତାନେ,
ଶିକ୍ଷା ଓଡ଼ିଆ ରେ ହେଉ ଜନଜନେ।
ଭବିଷ୍ୟ ସନ୍ତାନେ ତୁମରି ହାତରେ,
ତାଙ୍କରି ଉନ୍ନତି ଓଡ଼ିଆ ଭାଷାରେ।
ଇଂରାଜୀ ଭାଷାକୁ ନ କର ଆଦର,
ଆଦର କରହେ ନିଜର ଭାଷାର।
ପୌରାଣିକ ଭାଷା ଓଡ଼ିଆ ସଂସ୍କୃତି
ଆମର ସଂସ୍କୃତି ଓଡ଼ିଆ ସଂସ୍କୃତି।
ନିଦ୍ରା ତେଜି ଉଠ ଓଡ଼ିଆ ସନ୍ତାନ,
କର୍ମପଥେ ରହି କରହେ ଚିନ୍ତନ।
ଦୀନବନ୍ଧୁ ତୁମେ ଜଗତର ବନ୍ଧୁ,
ଭାଷାପୂର୍ଣ କର ପ୍ରଭୁ କୃପାସିନ୍ଧୁ।