STORYMIRROR

Amit Bal

Romance Tragedy

4  

Amit Bal

Romance Tragedy

ବିଚ୍ଛେଦ

ବିଚ୍ଛେଦ

1 min
167

ସୁନ୍ଦର ଅମରାବତୀରେ ସ୍ୱପ୍ନର ଉଆସ

ଦିନେ ମନରେ ଭରିଥିଲା ଅସୁମାରୀ ହସ ,

ଏବେ କିନ୍ତୁ ବଗିଚାରେ ଫୁଲ ଆଉ ନାହିଁ

ଏଠି ସେଠି ଚାରିଆଡେ କୁଢକୁଢ ପାଉଁଶ ,


ସମୟର ଜ୍ୟାମିତିରେ ଉପପାଦ୍ୟ ଭୁଲ ହୋଇଗଲା

ସଂପର୍କର ରେଖା ସବୁ ଅଙ୍କାବଙ୍କା ହେଲା

ଆହତ ମୋ ଲେଖନୀ ମୁନରେ ଧାର ଆଉ ନାହିଁ

ଲକ୍ଷେ ଯୋଜନ ପଛେ ସତେ କି ଚରିତ୍ର ରହିଗଲା ,


ଜନ୍ମ ଏବଂ ମୃତ୍ୟୁ ମଝିରେ ଏବେ ମୁଁ ଏକା

ଭୋଗିବାକୁ ବଞ୍ଚିଛି ବୋଧେ ଯା' ଭାଗ୍ୟେ ଲେଖା

ସଜାଇଛନ୍ତି ଯେ ଯା' ସୁଖ ଦୁଃଖର ଦୁନିଆ

ଋତୁମତୀ ରୂପସୀର ମାୟାବୀ ଏବେ ଲାଗେ ଫିକାଫିକା


ଉଡି ଯାଇଛି ପ୍ରଜାପତି ଝାଡି ଦେଇ ଡେଣା

ଜଣା ନାହିଁ ମୋତେ ତା'ର ଅନ୍ତିମ ଠିକଣା

ନିଃସଙ୍ଗ ଆତ୍ମାର ଏ ନିର୍ଜନ ଚଲାପଥେ

ବିଚ୍ଛେଦର ମାନେ କି ଅଛି କୋକେଇର ସାଥେ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance