# ବିଚ୍ଛେଦ-୫ #
# ବିଚ୍ଛେଦ-୫ #
ବିଚ୍ଛେଦ ବେଦନା ବଇରି ବିଳାପ
ବନ୍ଧନରେ ବାନ୍ଧି ଅଛି
ବିରହେ ବଇଁଶୀ ବିନା ବରଣରେ
ବକୁଳ ବନେ ବାଜୁଛି ।।
ବିରକ୍ତ ବଚନେ ବିନାଶିତ ବୃକ୍ଷେ
ବିଷର୍ଣ୍ଣେ ବନ୍ଧୁ ବସିଛି
ବଚସା ବଜ୍ରରେ ବିଲୀନ ବଉଦେ
ବଞ୍ଚିବାଟା ବଟି ଅଛି ।।
ବଖଡ ବଜାରେ ବିତଣ୍ଡା ବୈଭବ
ବଡତି ବଳେ ବଞ୍ଚିତ
ବଜ୍ଜାତି ବଡିମା ବାରଣ ବଳୟେ
ବହୁଧା ବରେ ବିବ୍ରତ ।।
ବତାସ ବତୁରା ବିରସ ବସନେ
ବିଷାଦ ବନେ ବର୍ଦ୍ଧିତ
ବତ୍ସଳ ବଦାନ୍ୟ ବିକଳ୍ପ ବିଶାଖା
ବଣ୍ଟନ ବଳେ ବାଧିତ ।।
ବୟସ ବନ୍ଧନେ ବନ୍ଧୁର ବନ୍ଧୁତ୍ବ
ବିନାଶ ବଟେ ବାଜ୍ୟାପ୍ତ
ବୟସ୍ୟ ବୟାନେ ବରଜ ବରାତ
ବାଗଯୁଦ୍ଧେ ବାତ୍ୟାୟିତ ।।
ବିଦ୍ରୁପ ବରଣେ ବର୍ଜିତ ବାଟୋଇ
ବାନ୍ଧବେ ବାଧା ବାରିଦ
ବର୍ବର ବର୍ଷଣେ ବଳାଢ୍ୟ ବଳିତେ
ବାନର ବ୍ୟଥା ବାରୁଦ ।।
ବଳକା ବାର୍ଦ୍ଧକ୍ୟ ବାହୁଙ୍ଗା ବାହନ
ବନ୍ଧୁର ବାଟ ବହୁତ
ବଳାଗ୍ରେ ବଳିତା ବର୍ତ୍ତିତ ବର୍ଜନେ
ବାସ୍ତୁରା ବକ୍ଷେ ବାସିତ ।।
ବଳିସଦ୍ମ ବାସେ ବଲ୍ଲଭ ବସନେ
ବିକାଶ ବିକ୍ରମ ବିଘ୍ନ
ବିଦୀର୍ଣ୍ଣ ବସନ୍ତେ ବଷଟ୍ ବହନେ
ବିଜନ୍ମ ବିକାରେ ଜ୍ଞାନ ।।
