STORYMIRROR

ଅନିଲ କୁମାର ଲେଙ୍କା

Romance Tragedy

3  

ଅନିଲ କୁମାର ଲେଙ୍କା

Romance Tragedy

ବିଚ୍ଛେଦ-୩

ବିଚ୍ଛେଦ-୩

1 min
218


ବିଚ୍ଛେଦର ଏହି ଅଦାଲତେ ଆଜି

    ବିଷାଦେ ଛିଡା ହେଇଛି

ଜାଣି ପାରୁ ନାହିଁ କେଉଁ ଭୁଲ ଅବା

     ଅପରାଧ ମୁଁ କରିଛି ।।


ଦୁଃଖ ନିର୍ବାସନ ଭୋଗୁଛି ଅଯଥା

      ମୋହର ସରଳ ମନ

ନା ଅଛନ୍ତି ମୋର ନିଜର କେହିବି

     ଓକିଲ ନା କେହି ଜନ ।।


କେଉଁ ଅପରାଧ କରିଛି ତୋ ପାଖେ

     ପାଇବି ମୁଁ ଏତେ ଶାସ୍ତି

କାହିଁକି କରୁଛୁ ଭୁଲି ଯିବା ପାଇଁ 

    ମୋ ସାଥେ ଜବରଦସ୍ତି ।।


ମନ ପ୍ରାଣ ଦେଇ ଭଲ ପାଇବାଟା

   ବୋଧେ ଭୁଲ ଥିଲା ମୋର

ମୂଲ୍ୟବାନ ଯେତେ ସମୟ ସବୁକୁ

    କରିଦେଲୁ ଛାର ଖାର ।।


କହୁଛୁ ସତରେ କ୍ଷଣିକରେ ତତେ

     ଭୁଲିବି ଅବା କେମିତି

ତୋ ଭଳି କଠୋର ଛାତିକୁ ପଥର

    କରି ଦେବି ମୁଁ ଯେମିତି ।।


ଦୂରେଇ ରହିବା ସହଜ ନୁହେଁରେ

     ତଥାପି କରୁଛି ଚେଷ୍ଟା

ତତେ ଦେଖିଦେଲେ ଭୁଲିଯାଏ ସବୁ

     ବୃଥା ହୁଏ ଅପଚେଷ୍ଟା ।।


କେମିତି ଯେ ଏତେ ସହଜେ ଆସୁଛୁ

     ଶୟନେ ଅବା ସପନେ

ବିଚ୍ଛେଦ ଆହ୍ୱାନେ ଅଶ୍ରୁ ଭରି ଅଛୁ

   କାହିଁକି ମୋର ନୟନେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance