STORYMIRROR

Sambit Srikumar

Classics Fantasy Inspirational

3  

Sambit Srikumar

Classics Fantasy Inspirational

ବିଭାବରୀ

ବିଭାବରୀ

1 min
243


ବିଭାବରୀ ମୋର ଚିର ସହଚରୀ

ସାରସ୍ଵତ ସାଧନାର ଯଜ୍ଞବେଦୀ

ନିରଳସ ନିଷ୍କାମ କର୍ମଯୋଗୀ ମୁହିଁ 

ଦିଏ ଆପଣା ଅହଂର ଆହୁତି!!


ନୀଶିଥର ବିଜନ ବେଳାରେ

ଜହ୍ନ ତାରା ଫୁଲ ମେଳେ

ଆବିଷ୍କାର କରେ ସ୍ଵର୍ଗୀୟ ସତ୍ତା

ଅନୁଭବେ ମର୍ମେ ପ୍ରଶାନ୍ତିର ସ୍ନିଗ୍ଧତା!!


ରାଶି ରାଶି ଉତ୍ସାହ ଉଦ୍ଦୀପନାର

ସୁମଧୁର କମ୍ପନେ ଶିହରଇ ଆପାଦମସ୍ତକ

ତନୁ ମନ ପ୍ରାଣ ହୁଅଇ ଉଚ୍ଚାଟ

ଭରିଯାଏ ସୃଜନର ପହିଲି ପୁଲକ!!


ସାଧନାର ପାବନ ଯଜ୍ଞବେଦୀରେ

ମୁହିଁ ଯେ ଅକିଞ୍ଚନ ଛାର ସାଧକ

ବିଭାବରୀର ଘନଘୋର ତିମିରେ

ସ୍ଥିର ସ୍ଥବିର ସଞ୍ଜମୀ ଦୀପକ!!


ବିଭୂ କୃପା ବଳେ ରଚଇ କବିତା

ପ୍ରଖର ସ୍ରୋତା ମୋ ଭାବନା ସରିତା 

ଭାବ ଶବ୍ଦ ଛନ୍ଦ ରାଗ ସ୍ବର ବ୍ଯବର୍ଜିତା

ସ୍ମୃତି ବିସ୍ମୃତି ବିଜଡିତ ଜୀବନ ଗୀତା!!


ଗାଉଥାଏ ସଦା ମାଟି ମାଆର ଗାଥା 

କହୁଥାଏ ମେହନତି ମଣିଷର କଥା

ଶତ ସହସ୍ର ଦୁଃସହ୍ଯ ବିବଶତା

ତଥାପି ଜୀଇଁବାର ବାଧ୍ୟ ବାଧକତା!! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics