STORYMIRROR

Bidyadhar Mantry

Abstract Classics

4  

Bidyadhar Mantry

Abstract Classics

ବିବେକ ସାରଥୀ

ବିବେକ ସାରଥୀ

1 min
285


ଆମ ଆତ୍ମା ଅର୍ଜୁନ ରୂପରେ ନିହିତ

ଆତ୍ମା ପ୍ରକୃତ ଜ୍ଞାନ ନ ପାଇ ବିଚଳିତ

ବ୍ରହ୍ମ ଜ୍ଞାନ ଅଭାବରେ ପାପରେ ଜଡ଼ିତ

ଆତ୍ମାର ମୁକତି ପାଇଁ ହେଲେ ହିଁ ଚିନ୍ତିତ

ଦିବ୍ୟ ଜ୍ଞାନର ପଥ ହୋଇବ ପ୍ରଶସ୍ଥ।


ବିବେକ ହିଁ ଏକ ମାତ୍ର ପରିଚିତ ବନ୍ଧୁ

ବିବେକ ଜ୍ଞାନରେ ତରିଯିବା ଭବ ସିନ୍ଧୁ

ସାଧୁ ସଙ୍ଗତେ ପ୍ରାପ୍ତ ଜ୍ଞାନର କରୁଣା ବିନ୍ଦୁ

ହରି ନାମ ଗାଇ ପାରି ହେବା ଭବ ସିନ୍ଧୁ


ସଂସାର ମୋହ ମାୟାରେ ଅତିଷ୍ଠ ଜୀବନ

ଦିବ୍ୟ ଜ୍ଞାନର ଶିକ୍ଷା ଅଟଇ ନିହାତି ନିଦାନ

ଆତ୍ମାର ମୁକତି ହରି ନାମ ଭଜନ କୀର୍ତ୍ତନ

ବିବେକ ସାରଥୀ ଓ ସାଥୀ ପ୍ରାପ୍ତ ହେବ ଜ୍ଞାନ।


ବିବେକ କଥା ନ ଶୁଣି ମନ ବିଷୟା ରସରେ

ବୁଡି ରହିଅଛି ପାପ ପଙ୍କିଳ ଦୁନିଆ ମାୟାରେ

ସତ୍ୟ ପଥେ ଧର୍ମ ପଥେ ହେଲେ ନିୟୋଜନ

ବିବେକ ହିଁ ଦେଖାଇବ ବ୍ରହ୍ମ ଜ୍ଞାନର ସନ୍ଧାନ।


ବିବେକ ର କଥା ମାନି ମନ ହେଲେ ନିୟୋଜନ

ଆତ୍ମାର ମୁକତି ପାଇଁ ରାସ୍ତା ହୋଇବ ନିଦାନ

କୃଷ୍ଣ ପରି ସାରଥୀ ଯଦି ହୋଇବ ବିବେକ

ଆତ୍ମା ମୁକତି ସହିତ ଜୀବନ ହୋଇବ ସାର୍ଥକ।



Rate this content
Log in

Similar oriya poem from Abstract