ବିବାହକୁ କର କିଆଁ ସମ୍ପତ୍ତି ପାଇବାର ଖେଳନା
ବିବାହକୁ କର କିଆଁ ସମ୍ପତ୍ତି ପାଇବାର ଖେଳନା
ଚିର ଶାଶ୍ୱତ, ନର ସହ ନାରୀର ମିଳନ,
ପ୍ରେମ ପ୍ରେମୀଙ୍କ ମିଳନ
ଟୋପାଏ ସିନ୍ଦୁର, କିଛି କାଚ ପ୍ରତ୍ୟେକ
ଝିଅର ହୁଏ ଏକ ସପନ ।
ଏହି ପବିତ୍ର ବନ୍ଧନେ ଯୋଡି ହୋଇଲେ,
ତାହା ତ ବିବାହ, ଏକ ବନ୍ଧନ
କପଟ, ଛଳନା ବିଶ୍ବାସଘାତକତା, ଯୌନ
ବ୍ୟଭିଚାର ରୋକିବାର ବନ୍ଧନ ।
ଭବିଷ୍ୟତ,ନିଜ ପରିବାରକୁ ଭୁଲି ନାରୀ,
ଶାଶୁ ଘରକୁ ଅପଣାଇ ନିଏ
ନିଜ ପେଟର ଭୋକକୁ ଭୁଲି, ଅଜଣା ଏକ
ପରିବାରର ଭଲ ଚିନ୍ତି ଥାଏ ।
ବିବାହ ବନ୍ଧନେ ଦୁଇଟି ପରିବାର, ଗୋଷ୍ଠୀ
ସମାଜର ତ ମିଳନ ହୁଏ
କିଛି ସର୍ତ୍ତ ନା କିଛି ମନେ ସଂଶୟରେ ଜୀବନ
ହଳାହଳ ବିଷମୟ ହୁଏ ।
ପିତୃକୈନ୍ଦ୍ରିକ ସମାଜ, ବିଶ୍ବାସଘାତକତା, କପଟ,
ଛଳନାର ଗନ୍ଧ ଭରି ଦେଲା
ଚିନ୍ତା ଚେତନାର ବିକାଶ ଫଳରେ ନାରୀକୁ ରାଜ
ରାସ୍ତାକୁ ଆସିବାକୁ ପଡିଲା ।
ପତି ପତ୍ନୀ ସମ୍ପର୍କ ନିଶ୍ଚିତ ସର୍ବୋତ୍ତମ, ସର୍ବୋତ୍କୃଷ୍ଟ
ବନ୍ଧୁତ୍ୱର ଭାବନା
ପିତୃକୈନ୍ଦ୍ରିକ ସମାଜର ସେ ସମ୍ପର୍କର ମହତ୍ତ୍ୱକୁ କର
କିଆଁ ସମ୍ପତ୍ତି ପାଇବାର ଖେଳନା ।
ପ୍ରେମ ବା ପରିବାର ଚୟନ ବିବାହ ବନ୍ଧନେ
ନଥାଏ କି ମିଳନର ମୋହ ଓ ଚମକ
ପ୍ରେମ ଶାଶ୍ୱତ ଓ ଚିରନ୍ତନ, ପ୍ରିୟାର ବିଛେଦ,
ହୁଏନି କି ଅତୀବ ଦୁଃଖଦାୟକ ।
ନାରୀ ତ ଦୁହିତା, ଅଶ୍ରୁ ନୀର ଢାଳି, ଜାଳଇ
ଦୀପାଳି ଦୁଇଟି ପରିବାରରେ
କରି ଅନ୍ୟାୟ, ହୈ ପିତୃକୈନ୍ଦ୍ରିକ ସମାଜର
ବଡପଣ୍ଡାମାନେ ଦୋଷ ଢାଳୁଛ ତାରେ ।