STORYMIRROR

Sasmita Mohapatra

Abstract Others

3  

Sasmita Mohapatra

Abstract Others

ବିବାହ

ବିବାହ

1 min
180


ଜନ୍ମଜନ୍ମାନ୍ତର ପାଇଁ ଈଶ୍ୱର ଇଛାରେ

ଦୁଇଟି ଶରୀର ପୁଣି ଗୋଟିଏ ଆତ୍ମାରେ

ଜୀବନ ସୌଭାଗ୍ୟ ଲଭେ ଅଗ୍ନିଦେବ ସାକ୍ଷୀ

ପୂର୍ଣ୍ଣଜଳ କଳସୀରେ ବେନି ହସ୍ତ ରଖି 

ପୁରୋହିତ ମନ୍ତ୍ର ଉଚ୍ଚାରଣେ

 "ବିବାହ" ତାହାର ନାମ

ଜଣେ ବନ୍ଧା ଆଉ ଜଣ ଭଲମନ୍ଦ କର୍ମେ।।


ନାଲିଚୂଡି, ନାଲିଶଙ୍ଖା, ନାଲି ତ ସିନ୍ଦୂର

ନାଲି ଅଳତାକୁ ନେଇ ବଧୂ ବେଶ ତା'ର

ସ୍ନେହ,ପ୍ରୀତି,ବିଶ୍ୱାସକୁ ପଣତରେ ବାନ୍ଧି

ଶାଶୁଘର ଆସେ "ଝିଅ" ସମ୍ପର୍କରେ ଛନ୍ଦି,

 ନୂଆ "ବରବଧୂ" ହୋଇ ବେଶ

 ହଜାରେ ସ୍ବପ୍ନ ଆଖିରେ

ହୃଦେ ଆଶା ଅଶୁମାରୀ ରଙ୍ଗର ଆବେଶ।।


ପରକନ୍ୟା ତୋଳିନେଇ "ପତ୍ନୀ"ର ସମ୍ମାନ

ସୁଖ, ଶାନ୍ତି ଦେଇ ଗଢେ ଦାମ୍ପତ୍ୟ ଜୀବନ

ଆପଣଙ୍କୁ ଛନ୍ଦିଦିଏ ପ୍ରେମର ଡୋରିରେ

ଆଗାମୀ ପିଢିର ପାଇଁ ନିଜକୁ ସଜାଡେ

ବଂଶରକ୍ଷା ଲାଗି ସୁସନ୍ତାନ

ସଂସାର ନିୟମ ମାନି

ସୃଷ୍ଟି ପାଇଁ ଥାଏ ଉଭୟଙ୍କ ଅବଦାନ।।


"ବିବାହ" ସାର୍ଥକ ହୁଏ ସ୍ନେହ ସମର୍ପଣେ

ଅନ୍ୟ ପାଇଁ ଖୁସି ଦେଇ ଗୃହେ ସୁଖ କିଣେ 

ପିତାମାତା,ଭାଇବନ୍ଧୁ,ସଖା ସହୋଦର

ସର୍ବ ଆଶୀର୍ବାଦ ବିନା "ବିବାହ" ଅସାର

ଢୋଲ,ବାଜା,ଶଙ୍ଖ,ପେହେଁକାଳୀ

ବାଜି ଉଠେ ଶୁଭନାଦେ

କରତାଳି,ଆଶୀର୍ବାଦ ଆଉ ହୁଳହୁଳି।



Rate this content
Log in

Similar oriya poem from Abstract