STORYMIRROR

Ramani Kanta Sahu

Classics

4  

Ramani Kanta Sahu

Classics

 ବିବାହ ବାର୍ଷିକୀର ଅଭିନନ୍ଦନ

 ବିବାହ ବାର୍ଷିକୀର ଅଭିନନ୍ଦନ

1 min
40

ପ୍ରଥମ ବିବାହ ବାର୍ଷିକୀର ଅଭିନନ୍ଦନ,ଘେନ ହେ କୁଳ ନନ୍ଦନ
ସୁଖମୟ, ଆନନ୍ଦମୟ ସଦା ରହୁ ତମ ଜିନି ସହ ବନ୍ଧନ। 

ଜୀବନ ଚଲାପଥ ହେଉ କୁସୁମିତ, ଭଗବାନ କରନ୍ତୁ ଆଶୀର୍ବାଦ
ସୁଖ ଦୁଃଖ ର ଜୀବନ ଡଙ୍ଗା ବାହି ନିଅ ଆଗକୁ, ଲଭି ତାଙ୍କ ଆଶୀର୍ବାଦ। 

ଦୁଃଖ ସମୟରେ ଭାଙ୍ଗି ନ ପଡିବ,ଧର୍ଯ ରଖିବ ଭଗବାନଙ୍କୁ କରି ସ୍ମରଣ
ଭଗବାନଙ୍କ ଆଶୀର୍ବାଦ ଥିଲେ ଦୁଃଖ ଲାଘବ ହୋଇ ଫେରିଆସେ ଖୁସିର କିରଣ। 

କର୍ମ ପଥରେ ସଫଳତା ର ସହ ଆଗେଇ ଚାଲ, ଏହାହିଁ ବିଶ୍ବାସ ମୋର
ମାତା ପିତା, ଗୁରୁଜନ ଙ୍କ ଆଶୀର୍ବାଦ ଥିଲେ ସବୁ ବାଧାବିଘ୍ନ ହୋଇଯାଏ ଦୂର। 

ସାଂସାରିକ ଜୀବନ ର ପ୍ରଥମ ପାହାଚ ଏ ତ, ଆଗେ ପଥ ବହୁଦୂର
ମାତା ପିତା ଙ୍କ ଆଶୀର୍ବାଦ ଲଭି ଜୀବନ ପଥେ ହୁଅ କର୍ମବୀର। 

ଯଶୋଦା ପରି ମାତା ସନ୍ଧ୍ଯାରାଣୀ ସହ ଲକ୍ଷ୍ନଣ ପରି ଅଙ୍କିତ ଭାଇ ଯାହାଙ୍କର
ସଦା ଖୁସି ରହୁ ତାଙ୍କ ପରିବାର, ବିବାହ ବାର୍ଷିକୀରେ ଏହା କାମନା ଆମର।


Rate this content
Log in

Similar oriya poem from Classics