ମାଁ ର୍ ମମତା
ମାଁ ର୍ ମମତା
ବଡା ସଉକେ ଦିନେ କହେଲା ପାେ ମାେର୍
ବୁଲେଇ ନେମି ତତେ ଏନ୍ ତା ଗୁଟେ ଘର୍
ସବୁ ସୁବିଧା ଅଛେ ସେନେ, ନାଁଇନ କେହି ପର୍
ଟାଇମ୍ କେ ଟାଇମ୍ ଖାନା ପିନା, ସେବା କରୁଥିବେ ତାେର୍ ।
ସକାଲୁ ସକାଲୁ ସଜ୍ ବଜ୍ ହେଇ ବାହାର୍ କଲା ତା ର୍ କାର୍
ବାହାର୍ ମାଁ ଜଲ୍ ଦି ଯିମା। ଆଏଜ୍ ନୁଁଆ ଘର୍
ବାହାରି ପଡ୍ ଲି ବଡା ଉସ୍ ନାକେ, ଦେଖ୍ ମିଁ ନୁଆଁ ଘର୍
ରହେମୁଁ ଆମେ ନୁଆଁ ଘରେ, କହେଲେ ନାଇଁସରେ ଉସ୍ ନାକି ମାେର୍।
ମୁଇଁ ବସିଛେ ପଛର୍ ସିଟେ, ପାେ ଚଲଉଛେ କାର୍
ହାଲ୍ କା ହାଲ୍ କା ଧୁକା ବାଜି ଆଏଁଖ୍ ଲାଗିଯାଉଛେ ମୋର୍
କଲା ମଚ୍ ମଚ୍ ରାସ୍ତା ପଡିଛେ, ସଲ୍ ଦି ଯାଉଛେ ଗାଡି
ଏନ୍ ତା ଲାଗୁଛେ ଉଡାଜାହାଜେ ଯାଉଛେ। ମୁଇଁ ଉଡି ।
ନୁଆଁ ଘର୍ ଦେଖ୍ ମିଁଁ ମୁଇଁ, ନୁଆଁ ଜାଗାନେ ରହେମି ମୁଇଁ
ମନ୍ ଭିତ୍ ରେ କେତେ ସପନ୍, ସପନ୍ ଭିତ୍ ରେ ହଜିଯାଉଥାଏ ମୁଇଁ
ନାଇତ କରି ପାର୍ ଲି ଘର୍ ଟେ ନିଜର ବଲି
ଛୁଆ କେ ମତେ ଧରେଇ ଦେଇ, ସେ ସରଗ୍ ବାସୀ ହେଇଗଲେ ବଲି ।
ପେଁଟ୍ ଫାଟିଗଲେ ଟିପି ଦଉଥିଲି , ପରୀକ୍ଷା ଫିସ୍ ଦଉଥିଲି ଉଧାର୍ ମାଗି କରି
ଛୁଆ ନୁଁ ବଡ୍ ହେବାର୍ ତକ୍ ପୁତା ମାେର୍, ସବୁକଥା ସାେର୍ ପଡିଯାଉଥାଏ ଗୁଟେ ଗୁଟେ କରି
ଛୁଆ ଟା ମାେର୍ ବଡ୍ ହେଲା, ପାଠ୍ ପଢ଼ି ଚାକ୍ ରି କଲା
ବହ ଟା ଭି ମାେର୍ ଚାକ୍ ରି କରୁଛେ, କାଏଁ ଦୁଖ ମାେର୍ ରହେଲା ।
ଦେଖୁନ୍ ଦେଖୁନ୍ ପହଁଚିଗଲୁ, ଗାଡି ଅଟ୍ କିଲା ଗେଟ୍ ସାମ୍ ନେ
ବାବୁ ର୍ ଅର୍ ଜେଣ୍ଟ୍ ଫୁନ୍ ଆଏଲା, କେ କରିଥିଲା କେ ଜାନେ
କଥା ଲାଗି ଲାଗି ବାବୁ ବଏଲା, ଅର୍ ଜେଣ୍ଟ୍ ଟିକେ କାମ୍ ଅଛେ
ଆଉଛେ ମୁଁଇ ଝଟ୍ କଲା ।
କେତେ ସେନେହେ ମତେ ଭିତର୍ କେ ଡାକ୍ ଲେ
ମାେର୍ ବଏସିଆ ଆଉ ବି ଲାେଗ ଥିଲେ
ମତେ ଲାଗୁଥାଏ ଅଡୁଆ ଅଡୁଆ, କେନ୍ କେ ମୁଁଇ ଆସିଗଲି
ଆସ ମାଁ ଆସ ସଭେ ବଲୁଥାନ୍, ନାଇଭାବ ଆମ୍ କୁ ପର୍ ବଲି।
ଦିନେ ଗଲା ,ଦୁଇଦିନ ଗଲା , ବିତିଗଲା ଦିନ୍ ପରେ ଦିନ୍
ମାସ୍ ପରେ ମାସ୍ ଗଲା, କଟିଗଲା ଛ ମାସ୍ ଦେଖୁନ୍ ଦେଖୁନ୍
ବାଟ୍ ଦେଖି ଦେଖି ଶୁଖିଗଲା ମାେର୍ ଆଁଖିର୍ ପାଏନ୍
ହେଲେ ନାଇଶୁଖି ମାେର୍ ଆଶ୍ ଆଏବା ମାେର୍ ପୁତା, ମାେର୍ ଧନ୍ ।
ଖାନା, ପିନା ନାଇଁ ରୁଚ୍ ଲା, ଖୁଜି ହଉଥାଏ ଖାଲି ମନ୍
ଜଲ୍ ଜଲ୍ ଦିଶୁଛେ ମତେ ତାର୍ ମୁହୁଁ, ଯେନ୍ ତା ପୁନି ରାତିର୍ ଜନ୍
କେନେଥିବା, କେନ୍ ତା ଥିବା, କେଭେ ଆଏବା, ଖୁଜି ହଉଥାଏ ମନ୍
ଟାକିଛେ ମୁଁଇ ସେ ଦିନ୍, ନିଶ୍ଚେ ଆଏବା ମାେର୍ ପୁତା ମାେର୍ ଧନ୍।
ସମିଆର୍ ଧାରେ ଧିରେ ଧିରେ ମତେ ନାଇଁ ରହେଲା କିଛି ଅଜନା
କେନ୍ କେ ଆଇଛେଁ, କାଁ ଯେ ଆଇଛେଁ, ସବୁ ପଡିଗଲା ଜନା
ହେଲେ ତାର୍ ଠିକାନା ନେଇ ମନ୍ ହଉଛେ ତନାବନା
ଯେନେ ବି ଅଛୁ, ଭଲେ ଥା ରେ ବାବୁ, ଜରାଶ୍ରମ୍ ତ ହେଇଗଲାନ ମାେର୍ ଠିକାନା।
ଯେତ୍ କି ଲାେଗ୍ ଅଛୁଁ ଆମେ ଇନେ, ଭିନ୍ ଭିନ୍ ଆଏ ସମ୍ କର୍ କଥା
କାହାର୍ ପୋ ବିଦେଶ୍ ଗଲା, କାହାର୍ ବହ ଝଗ୍ ଡା କଲା
କେ ବଏଲା- ସର୍ କାରି ସୁବିଧା ତ ଅଛେ, କାଁଯେ ଘରେ ରହେବୁ ଏକ୍ ଲା
ପାେ ର୍ ପାଶେ ଥିସି ହଜାର୍ ବାହାନା, ସଭେ କହେଲେ ଇ କଥା।
ଜରାଶ୍ରମ୍ ରେ ଅଛେଁ ଯେ ନାଇଁନ ମାେର୍ ଦୁଖ୍
ଆର୍ କେତେ ଦିନ୍ ବଁଚ୍ ମି ଯେ କର୍ ମି ମୁଇଁ ଦୁଖ୍
ବଲ୍ ବଫୁ ତ ନାଇଁନ ମାେର୍ ,ହେଲେ ଥିଲା ଗୁଟେ ବଡ୍ ବିଶ୍ବାସ୍
ବିଶ୍ବାସ୍ ଡାେର୍ କେ ତୁଇ କାଟିଦେଲୁ, ଛିଡିଗଲା ମାେର୍ ଆଶ୍ ।
ପାେ ର୍ ଉପ୍ ରେ ମାଁ ର୍ ବିଶ୍ବାସ୍ କେ ତୁଇ ମାରିଦେଲୁ
ଇଟା ଆଏ ମାେର୍ ଦୁଖ୍
ଗୁଟେ ରକ୍ ତର୍ ମନୁଷ୍ ହେଇକରି ବି ଚିନ୍ ହି ନାଇ ପାର୍ ଲୁ ତୁଇ
ଇଟା ଆଏ ମାେର୍ ଦୁଖ୍
ଜୀବନ୍ ସୁରୁଯ୍ ବୁଡ୍ ଲା ବେଲ୍ କେ ବିଶ୍ବାସ୍ ର ପାଏନ୍ ଛଡେଇନେଲୁ
ଇଟା ଆଏ ମାେର୍ ଦୁଖ୍
ଇଟା ଆଏ ମାେର୍ ଦୁଖ୍
