ଭୂତ ପିଶାଚ
ଭୂତ ପିଶାଚ
ନେତ୍ର ଯେବେ ସୁପ୍ତି କୋଳେ ନିଘୋଡେ ଜଡାଏ
କଳ୍ପନା ରାଇଜେ କେତେ ଛବି ସୃଷ୍ଟି ହୁଏ ।
ସପନେ ଉନ୍ମୁକ୍ତ ଦ୍ଵାରେ ଝଲସେ ଆରିଶି
କେବେ ସେ ବିକୃତ ପୁଣି କେବେ ଦିଏ ହସି ।
ଆୟତ୍ତେ ନଥାଏ ମନ ସ୍ବପ୍ନେ ବିମୋହିତ
ଚିଲିକା ସୌନ୍ଦର୍ଯ୍ୟ ପୁଣି ରକତେ ରଞ୍ଜିତ ।
ଏକାନ୍ତ ନିର୍ଜନ ଗୃହେ ଯେବେ କର ବାସ
ବିକଟ ଛାୟା ରୂପରେ ଭରି ଦିଏ ତ୍ରାସ ।
କଳା କୋଟ୍ ପରିଧାନେ ଶୁନ୍ୟେ ଝୁଲେ ଦେହୀ
ଶିରେ ଟୋପି ଦେଖି ଜନେ ସାଉଁଟି ବେ ମହୀ ।
ଅଚାନକ ନିଦ୍ରା ଭଙ୍ଗେ ଖୋଜେ ପରିଜନ
ନିଛାଟିଆ କୋଠରୀରେ ଉତ୍ପନ୍ନ କ୍ରନ୍ଦନ ।
ବିଚଳିତେ ଅନ୍ୱେଷଣ ଜ୍ୟୋତିର ଝଲକ
ନଚେତ୍ ଚିତ୍କାର ଆସେ ଫଟାଇ ମୂଲକ ।
ଭୂତ ପ୍ରେତ ଭୟଙ୍କର ଅସ୍ଥି ମାଳେ ଦୃଶ୍ୟ
ଦେଖି ଆତଙ୍କିତ ମନ ବିକୃତ ରହସ୍ୟ ।
ଚତୃଦିଗେ ଫୁଟି ଉଠେ ରକ୍ତ ବର୍ଣ୍ଣ ଆଖି
କେବେ ସେ ଝରାଏ ଲୁହ ପୁଣି କେବେ ସୁଖି ।
ଅଜାଚିତ ଭାବେ ଆସି ଚହଲାଇ ଦିଏ
ଚେତନା ଜାଗ୍ରତ ରଖ ପଡନା ତା ମୋହେ ।
