STORYMIRROR

Prabhati Mahapatra

Abstract Inspirational Others

3  

Prabhati Mahapatra

Abstract Inspirational Others

ଭୂତ ପିଶାଚ

ଭୂତ ପିଶାଚ

1 min
244


ନେତ୍ର ଯେବେ ସୁପ୍ତି କୋଳେ ନିଘୋଡେ ଜଡାଏ

କଳ୍ପନା ରାଇଜେ କେତେ ଛବି ସୃଷ୍ଟି ହୁଏ ।


ସପନେ ଉନ୍ମୁକ୍ତ ଦ୍ଵାରେ ଝଲସେ ଆରିଶି

କେବେ ସେ ବିକୃତ ପୁଣି କେବେ ଦିଏ ହସି ।


ଆୟତ୍ତେ ନଥାଏ ମନ ସ୍ବପ୍ନେ ବିମୋହିତ

ଚିଲିକା ସୌନ୍ଦର୍ଯ୍ୟ ପୁଣି ରକତେ ରଞ୍ଜିତ ।


ଏକାନ୍ତ ନିର୍ଜନ ଗୃହେ ଯେବେ କର ବାସ 

ବିକଟ ଛାୟା ରୂପରେ ଭରି ଦିଏ ତ୍ରାସ ।


କଳା କୋଟ୍ ପରିଧାନେ ଶୁନ୍ୟେ ଝୁଲେ ଦେହୀ

ଶିରେ ଟୋପି ଦେଖି ଜନେ ସାଉଁଟି ବେ ମହୀ ।


ଅଚାନକ ନିଦ୍ରା ଭଙ୍ଗେ ଖୋଜେ ପରିଜନ

ନିଛାଟିଆ କୋଠରୀରେ ଉତ୍ପନ୍ନ କ୍ରନ୍ଦନ ।


ବିଚଳିତେ ଅନ୍ୱେଷଣ ଜ୍ୟୋତିର ଝଲକ

ନଚେତ୍ ଚିତ୍କାର ଆସେ ଫଟାଇ ମୂଲକ ।


ଭୂତ ପ୍ରେତ ଭୟଙ୍କର ଅସ୍ଥି ମାଳେ ଦୃଶ୍ୟ

ଦେଖି ଆତଙ୍କିତ ମନ ବିକୃତ ରହସ୍ୟ ।


ଚତୃଦିଗେ ଫୁଟି ଉଠେ ରକ୍ତ ବର୍ଣ୍ଣ ଆଖି

କେବେ ସେ ଝରାଏ ଲୁହ ପୁଣି କେବେ ସୁଖି ।


ଅଜାଚିତ ଭାବେ ଆସି ଚହଲାଇ ଦିଏ

ଚେତନା ଜାଗ୍ରତ ରଖ ପଡନା ତା ମୋହେ ।



Rate this content
Log in

Similar oriya poem from Abstract