STORYMIRROR

Bijoy Jena

Abstract Action Classics

4  

Bijoy Jena

Abstract Action Classics

ବହୁତ ସମୟ

ବହୁତ ସମୟ

1 min
243


ବହୁତ ସମୟ ଜୀବନ ଯାତ୍ରାରେ

      ହାର ଜିତ ଖେଳ ଖେଳି

ଶରୀର ନଉକା ବାହୁଥିଲି ଧୀରେ

      ଚକା ନୟନ କୁ ଭାଳି।

ସୁଖ ପାଇଁ ସିନା ଦୁଃଖ ବି ଭୋଗିଛି

      ମାୟା ଜାଲେ କଲବଲ

ଶରୀର ସର୍ବସ୍ୱ ଭାବନାରେ ମଜ୍ଜି

      କରିଛି ମୁଁ ମୂଲଚାଲ।

ଯେତେବେଳେ ନିଜ ଅନ୍ତର ଚିହ୍ନିଲି 

       ବିଜେ ଲକ୍ଷ୍ମୀ ନାରାୟଣ

କେତେ ତପ କରି ସାଧୁ ସନ୍ଥ ଗଣ

      ନ ହୋଇଲେ ପରିତ୍ରାଣ।

ଚତୁର୍ଥ ଅବସ୍ଥା ଆସି ପହଂଚିଛି

      ମାୟାର ଜଞ୍ଜିର ମୋଟା

ମସ୍ତିକର ଶକ୍ତି କ୍ଷୀଣ ହୋଇଯାଏ

       ସବୁ ପଡ଼ିଯାଏ ଭଟ୍ଟା।

ତୁମ ଛଡ଼ା ନାଥ ଅନ୍ୟ ଗତି ନାହିଁ

        ଆଣିବାକୁ ଦିବ୍ୟ ବୁଦ୍ଧି

ଆତ୍ମ ନିଷ୍ଠ ଶକ୍ତି ପବିତ୍ରତା ବଢି

        ପ୍ରାପ୍ତ ହେବ ସର୍ବ ସିଦ୍ଧି।


Rate this content
Log in

Similar oriya poem from Abstract