ଭଉଣୀ
ଭଉଣୀ
ଜନ୍ମରୁ ସବୁ ଦୁଃଖ ସୁଖର ଚିର ସାଥି
ହୁଏତ ନିଜ ଘରେ ନିଜେ ଯେ ଅତିଥି,
ମା' ପରି ସ୍ନେହି ଆବେଗମୟୀ
ଅମା ଅନ୍ଧକାରେ ପୂର୍ଣ୍ଣମୀର ଜ୍ୟୋତ୍ସ୍ନାରାତି ,
ହଁ ଭାବର ଅଗଣାରେ ସେ ହିଁ ଭଉଣୀ,
ଯାହାକୁ ନେଇ ଜଗତେ ହଜାରେ କାହାଣୀ,
ପ୍ରେମର ପ୍ରୀତିର ପ୍ରେରଣାର,
ସାହାସର ଶକ୍ତିର ସାନ୍ତ୍ଵନାର ,
ତା' ପାଇଁ କେତେ ରାଗ ରୁଷା ମାନ ଅଭିମାନ
ପୁଣି ମା' ବାପା ବାଦେ ତା'ଠାରେ ହିଁ ଜୀବନ,
ଜୀବନ ବଦଳି ଯାଏ ତା' ଅନୁପସ୍ଥିତିରେ
ସବୁକିଛି ଫିକା ଫିକା ଲାଗେ ସେ ଗଲେ ଦୂରେ ,
ଏମିତି ଏକ ମୋଡରେ ପହଞ୍ଚି ସେ ପର ହୋଇଯାଏ
ପିଲାଦିନର ଖୁସି ସବୁ ଲୁହ ହୋଇ ବୋହିଯାଏ
ସେ ଚାଲିଯାଏ ଆଉ ଗୋଟେ ନୂଆ ଦୁନିଆକୁ
ତଥାପି ସେ ଭୁଲେନାହିଁ କେବେ କର୍ତ୍ତବ୍ୟକୁ ,
ସେ ଯାହା ହେଉ ସମୟ ଅସମୟର ଦ୍ବନ୍ଦ୍ବ ଭିତରେ
ନିଶ୍ଚିତ ଶୁଭୁଥିବ ତା'ସ୍ବର ସବୁଦିନେ ସବୁ ଅଗଣାରେରେ ,
ଏ ସୃଷ୍ଟିରେ ମାନବତା ଥିବା ଯାଏ ଲେଖା ଯାଉଥିଵ
ତା' ନାଁ ମଧ୍ୟ ଆତ୍ମୀୟତାର ସ୍ବର୍ଣ୍ଣାଭ ଅକ୍ଷରରେ ।