STORYMIRROR

Kalyani Nanda

Tragedy

1.9  

Kalyani Nanda

Tragedy

ଭୁଲଟିଏ କଲି

ଭୁଲଟିଏ କଲି

1 min
13.1K


ଭୁଲଟିଏ କଲି

ପାଖୁଡା,,,,,ଛ

ମୋ ଉଦାସୀ ଆଖି

******

ମୋ ଉଦାସୀ ଆଖି ଚାହିଁ ଥିଲା ସଖି

ଆପଣାର ବନ୍ଧୁଟିଏ

ନିଜର କରି ନେଇ ଆପଣାର ହୋଇ

ମରମ ବୁଝିବ ସିଏ

ଚିହ୍ନି ପାରିଲୁ ନି

ଜାଣି କହିଲୁ ନି

ସିଏ ମାନ କରିଛନ୍ତି ବୋଲି,,,

କେଡ଼େ ଭୁଲଟିଏ କଲି,,,,।1।


ହୋଇଲୁ ଉଦାସୀ ଲୁହର ପୀୟ।ସି

ଝରଣା ହୋଇ ଝରିଲୁ

ଆଉ କେତେଦିନ ଦେଖିବୁ ନୟନ

ମାନ ଗୋବିନ୍ଦକୁ କହିଲୁ

ସେତ ରଜା ଘର ରଜା ପୁଅ

ତା ଛଟା କିଏ କହିବ କହ

ସରଳ ପଣରେ ଭାସିଗଲି,,,,,।2।


ମୁଁ କେଡ଼େ ଭୁଲଟିଏ କଲି

ଲୋ ସଜନୀ

କେଡ଼େ ଭୁଲଟିଏ କଲି

ବୁଝି ନ ପଚାରି

ମନେ ନ ବିଚାରି

ମନ ଖୋଲି। କହିଦେଲି,,,,,

******


କଲ୍ୟାଣୀ ନନ୍ଦ

ଫକୀର ମୋହନ ସାହିତ୍ୟ ପରିଷଦ,ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy