ବହୁଳ ଜଳ
ବହୁଳ ଜଳ
ସୃଷ୍ଟି ଆରମ୍ଭରେ ଜଳ ,ଜଳ ହିଁ ଜୀବନ
ଜଳ ପ୍ରଳୟ ରୁ ବେଦ ଉଦ୍ଧାର ନିଦାନ
ମତ୍ସ୍ୟ ଅବତାର କଥା ପୁରାଣ ବର୍ଣ୍ଣନ
ସମୁଦ୍ର ମନ୍ଥନ ବି ଜଳ ରୋମନ୍ଥନ
କଛପ ଅବତାର କଥା ପୁରାଣ ପଠନ
ଜଳ ରୁ ଐଶର୍ଯ୍ୟ ପ୍ରାପ୍ତି ହେଲେ ଦେବଗଣ
ଜଳ ରୁ ଜାତ ହେଲେ ବରୁଣ ନନ୍ଦିନୀ
ବରୁଣ ନନ୍ଦିନୀ ହେଲେ ବିଷ୍ଣୁଙ୍କ ଘରଣୀ
ହଳାହଳ ବିଷ ବାହାରିଲା ସମୁଦ୍ର ମନ୍ଥନେ
ବିଷ ପାନ କରି ଶିବ ନୀଳକଣ୍ଠ ତ୍ରିଭୁବନେ
କୃଷ୍ଣ ଅବତାର ଆଉ ଗିରି ଗୋବର୍ଦ୍ଧନ କୁ ଧାରଣ
ପ୍ରବଳ ବର୍ଷା ହିଁ ଥିଲା କୃଷ୍ଣଙ୍କ ଗିରି ଧାରଣ କାରଣ
ସକଳ ଜୀବ ଜଗତ ପାଇଁ ଜଳ ହିଁ ଜରୁରୀ
ସତୁରୀ ଭାଗରୁ ବେଶୀ ଆମ ଦେହେ ଜଳ ଭରି
ବୃକ୍ଷ ଲତା ତରୁ ତୃଣ ଜଳ ଉପରେ ନିର୍ଭର
ଶସ୍ୟ କ୍ଷେତ୍ର ,ଫଳ ବୃକ୍ଷ କୁ ବି ଜଳ ଦରକାର।
ସଭ୍ୟତାର କ୍ରମ ବିକାଶରେ ମାନବ ସମାଜ
ବହୁଳ ମାତ୍ରାରେ ଜଳ ବ୍ୟବହାର ହେଉଅଛି ଆଜ।
କଳ କାରଖାନା ଚାଳନା ପାଇଁ ବି ଜଳ ଜରୁରୀ
ବିଦ୍ୟୁତ୍ ଉତ୍ପାଦନ ପାଇଁ ଜଳ ବହୁ ଉପକାରୀ।
କାଳ କ୍ରମେ ପରିବେଶ ହୋଇଛି ଦୂଷିତ
ଋତୁ ଚକ୍ରରେ ଅସାମଞ୍ଜସ୍ୟ ପରିଲିକ୍ଷିତ
ନଅ ଟି ଗ୍ରହରୁ ପ୍ଲୁଟୋ ହଜି ଗଲା ପରି
ଛ ଟି ଋତୁ ର କରାମତି ନାହିଁ ପୂର୍ବ ପରି
ଶୀତ,ହେମନ୍ତ, ଶରତ,ବସନ୍ତ ରାଜୁତି କମିଛି
ଗ୍ରୀଷ୍ମ ଆଉ ବର୍ଷା କେବଳ ଆଜିକାଲି ହେଉଅଛି।
କେଉଁଠି ପ୍ରବଳ ବର୍ଷା,କେଉଁଠି ବାଦଲ ଫାଟୁଛି
କେଉଁଠି ବର୍ଷା ବିହୁନେ ପରିବେଶ ଉତପ୍ତ ହେଉଛି
ଜଳ ବହୁଳେ-ବିହୁନେ ପ୍ରାଣୀ ଜଗତ କଷ୍ଟ ପାଉଛି
ପ୍ରକୃତିର କରାଳ ରୂପକୁ ମାନବ ସମାଜ ଦେଖୁଛି।
ପ୍ରବଳ ବର୍ଷାରେ ବନ୍ୟା ବାତ୍ୟା ର ଆଶଙ୍କା ରହୁଛି
ବିନା ବର୍ଷାରେ ପାଣି ପାଇଁ ପ୍ରାଣୀ ବିକଳ ହେଉଛି
ଅଦିନିଆ ଆଉ କାଳ ବୈଶାଖୀ ବର୍ଷାର ବିତ୍ପାତ
ପନିପରିବା ଫସଲ ରେ ଘୋଟୁଛି ବ୍ୟାଘାତ।
ପୁରାଣ ବର୍ଣ୍ଣିତ କଥାର ସତ୍ୟତା ରହିଛି
ଜଳ ବହୁଳେ-ବିହୁନେ ସୃଷ୍ଟି-ନାଶ ଲେଖା ଅଛି
ଜଳ ପ୍ରଳୟ ହେଲେ ଧନ ଜିବନ ନଷ୍ଟ ହେଉଅଛି
ଜଳ ବିହୁନେ ଖାଦ୍ୟ ଶସ୍ୟ ଉତ୍ପାଦନ କମୁଅଛି ।
ପ୍ରତିକୂଳ ପରିସ୍ଥିତି ରେ ଜୀବନ ଯାତ୍ରାରେ ବ୍ୟାଘାତ
ବୁଡି,ମରୁଡି, ଦର ବୃଦ୍ଧି ସମାଜରେ କରୁଛି ବିତ୍ପାତ।
ବହୁ ନଦୀ ନାଳ ରହିଛି ପୃଥିବୀ ବକ୍ଷରେ
ବର୍ଷା ଜଳ ବହି ଯାଇ ମିଶୁ ଅଛି ସମୁଦ୍ର ଗର୍ଭରେ
ଜଳ ନିୟନ୍ତ୍ରଣ ଯୋଜନା ବି କାର୍ଯକାରୀ ହେଉଅଛି
ନଦୀ ସଂଯୋଗ କରଣ ପାଇଁ ଯୋଜନା ଚାଲିଛି
ତଥାପି ପ୍ରକୃତି ଆଗରେ ମଣିଷ ହାର ମାନୁଅଛି
ପ୍ରାକୃତିକ ବିପର୍ଯ୍ୟୟ ର ସମ୍ମୁଖୀନ ହେଉଅଛି ।
ଆଜିକାଲି ପ୍ରତି କ୍ଷେତ୍ରରେ ଯେପରି ଉନ୍ନତି କରଣ
ବର୍ଷା ଜଳ ସଂରକ୍ଷଣ ପାଇଁ ହେଉ ନୀତି ନିର୍ଦ୍ଧାରଣ
କୃତ୍ରିମ ବର୍ଷା ପାଇଁ ହେଉ ସଠିକ ଯୋଜନା
ବର୍ଷା ଅଭାବରୁ ଚାଷୀ ହେବ ନାହିଁ ଆନମନା।
ବୃକ୍ଷ ରୋପଣ ହେଉ ଜନ ବସତି ନିକଟେ
ବର୍ଜ୍ୟ ବସ୍ତୁର ପରିଚାଳନା ବି ମୁଖ୍ୟ ଚିନ୍ତା ଅଟେ
ସହରୀ ସଭ୍ୟତା ଓ ଜନ ବହୁଳତା ଚିନ୍ତାର କାରଣ
ପାହାଡ-ଜଙ୍ଗଲ ଧ୍ଵଂସ ବି ଆମ ଧ୍ଵଂସ ର କାରଣ!
ଟିକିଏ ବର୍ଷାରେ ସହର ରେ ବନ୍ୟା ପାଣିର ଭ୍ରମ
ଜଳ ନିଷ୍କାସନ ପଥ ଅବରୋଧ ର ଏହି ପରିଣାମ
ଜଳ ବହୁଳ-ଜଳ ବିହୀନ ଜୀବନ ପାଇଁ ସଚେତନ
ସଚେତନ ହେଲେ ଏ ମଣିଷ ହେବ ସବୁ ସମାଧାନ ।
