STORYMIRROR

Gangotri Priyadarshini

Tragedy

3  

Gangotri Priyadarshini

Tragedy

ଭୁଲିଗଲା ପରେ

ଭୁଲିଗଲା ପରେ

1 min
186


ଭୁଲି ଯିବି କାହାକୁ

ତୁମ ସହ ସ୍ମୃତି ସବୁ ନା

ଆଖି ଦେଖିଥିବା ସ୍ଵପ୍ନ ସବୁ

କଣ ଭୁଲିବି କହି ଦିଅ ।।


କେମିତି ଭୁଲିବି

ମରି ମରି ନା ବଞ୍ଚି ରହି

ଶ୍ରାବଣ କେବେ ସରିବ କିଏ ଜାଣେ

ଲୁହ କେବେ ଶୁଖିବ ପୁଣି ।।


ଏମିତି କାହିଁକି କଲ

ତୁମେ ଠକି ଦେଲ ନା ମୁଁ ଠକି ଗଲି

ଏକାବେଳେ ପର କରି ଦେଇ ଗଲ

ଯେଉଁ ନିଃଶ୍ୱାସ ଦିନେ 

କେବଳ ମୋର ଥିଲା

ମାେ ବିଶ୍ୱାସକୁ ମୋଠୁ ଛଡେଇ ନେଲ ।।


କେବେ ଅଚାନକ ଭେଟ ହେଇଗଲେ

ଅଚିହ୍ନା କି ଚିହ୍ନା ହେବ

କେହି ତୁମ ସାଥେ ଥିଲେ

ମୋତେ କଣ କହି,

ମାେ ପରିଚୟ ଦେବ ନା ବାଟ ଭାଙ୍ଗି ଚାଲିଯିବ ।।



Rate this content
Log in

Similar oriya poem from Tragedy