STORYMIRROR

Anam Charan Sahoo

Inspirational

3  

Anam Charan Sahoo

Inspirational

ଭୁଲିବାର ନୁହେଁ

ଭୁଲିବାର ନୁହେଁ

1 min
291

ତୁମ ପାଇଁ ମୋତେ ଗଢିଛି ମରତେ

ଯତନେ ଜଗତ ସାଇଁ

ଦେଇ ଫୁଲ ଫଳ ପତର ସକଳ

କରମେ ଲାଗିବା ନେଇ।

ତୁମରି ପ୍ରଶ୍ବାସ ତୁମରି ଜୀବନ

ମୋ ଦେହେ ରହିଛି ଭରି

ନିଖିଳ ଭୁବନ ଦିଶେ ସୁଶୋଭନ

ଦୁଃଖ ନେଇଥାଏ ହରି।

ସ୍ବୟଂ ଜଗନ୍ନାଥ ମୋ ଦେହେ ପୂଜିତ

ଶଙ୍ଖକ୍ଷେତ୍ରେ ଦାରୁବ୍ରହ୍ମ

ଜ୍ଞାନ ନେତ୍ରେ ଯିଏ ଦେଖଇ ତାହାରେ

ନ ଲଭେ ସେ ପୁନର୍ଜନ୍ମ।

ଅରୁଣ କିରଣ ହୋଇଲେ ଦାରୁଣ

ସାହାରା ଦିଏ ମୋ ଛାଇ

ଉଷୁମ ତନୁରେ ଶୀତଳତା ଭରେ

ଆନନ୍ଦ ପଥିକ ଭାଇ।

ଶାଖାରେ ମୋହର କେତେ ପକ୍ଷୀକୁଳ

କରି ରହିଛନ୍ତି ଘର

ମୋହରି କୋଳରେ ସକାଳ ସଞ୍ଜରେ

ଗୁଞ୍ଜରିତ ଶିଶୁ ସ୍ବର।

ନିଜ ସ୍ବାର୍ଥ ପାଇଁ ବଳି ଦିଅ ନାହିଁ

କରେ ନିତି ତୁମ ସେବା

ଜୀବନର ବ୍ରତ ପର ଉପକାର

ଅନ୍ୟଥା ଜୀବ ରହିବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational