STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

"ଭୁଲିବ ନାହିଁଟି କେବେ"

"ଭୁଲିବ ନାହିଁଟି କେବେ"

1 min
432

ଦୁନିଆକୁ ଯିଏ ଆଣିଲେ ତୁମକୁ

କେତେ ସ୍ନେହ ଶ୍ରୋଦ୍ଧା ଦେଇ

ସେପରି ଦେବତା ସଂସାରେ ଆଉତ

କୋଉଠି ମିଳିବେ କାହିଁ


ତାଙ୍କ ହାତ ଧରି ଚାଲି ଶିଖିବାକୁ

ପ୍ରେରଣା ପାଇଛି ମୁହିଁ

ସିଏ ତ ଜୀବନ୍ତ ଚଳନ୍ତି ଠାକୁର

ଭୁଲି ମୁଁ ପାରିବି ନାହିଁ


ତାଙ୍କ ଚାରିପାଖେ ବୁଲିଆସିଲେଟି

ଆତ୍ମାଶାନ୍ତି ହୁଏ ମୋର

ଜିଇଁ ଥାଉ ଥାଉ ତାଙ୍କରି ଚରଣେ

ଲୋଟୁ ଏଇ ମୋର ଶିର


ନ ଖାଇକି ଯିଏ ପେଟ କଥା ବୁଝେ

ସିଏ ପରା ମୋର ମାଆ

କେଡେ ସେନେହମୟୀଟି ତାପରିକା

କେହି ହେବେ ନାହିଁ ସାହା


ତିଳ ତିଳ ହୋଇ ଜାଳୁ ଥାଏ ପଛେ

ନିଜ ସୁଖ ଶାନ୍ତି ତାର

ତଥାପି ହାରିବାକୁ ଦେଇ ନାହିଁ ସେ

ଜୀବନ ପଥେ ମୋର


ଆଜି ମୁଁ କହୁଛି ଶୁଣିବଟି ତୁମେ

ଭୁଲିବ ନାହିଁଟି କେବେ

ସେଇ ପ୍ରିୟ ପିତା ମାତାଙ୍କୁ ତୁମର

ଆସୁ ପଛେ ଝଡ଼ ଯେବେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract