"ଭୁଲିବ ନାହିଁଟି କେବେ"
"ଭୁଲିବ ନାହିଁଟି କେବେ"
ଦୁନିଆକୁ ଯିଏ ଆଣିଲେ ତୁମକୁ
କେତେ ସ୍ନେହ ଶ୍ରୋଦ୍ଧା ଦେଇ
ସେପରି ଦେବତା ସଂସାରେ ଆଉତ
କୋଉଠି ମିଳିବେ କାହିଁ
ତାଙ୍କ ହାତ ଧରି ଚାଲି ଶିଖିବାକୁ
ପ୍ରେରଣା ପାଇଛି ମୁହିଁ
ସିଏ ତ ଜୀବନ୍ତ ଚଳନ୍ତି ଠାକୁର
ଭୁଲି ମୁଁ ପାରିବି ନାହିଁ
ତାଙ୍କ ଚାରିପାଖେ ବୁଲିଆସିଲେଟି
ଆତ୍ମାଶାନ୍ତି ହୁଏ ମୋର
ଜିଇଁ ଥାଉ ଥାଉ ତାଙ୍କରି ଚରଣେ
ଲୋଟୁ ଏଇ ମୋର ଶିର
ନ ଖାଇକି ଯିଏ ପେଟ କଥା ବୁଝେ
ସିଏ ପରା ମୋର ମାଆ
କେଡେ ସେନେହମୟୀଟି ତାପରିକା
କେହି ହେବେ ନାହିଁ ସାହା
ତିଳ ତିଳ ହୋଇ ଜାଳୁ ଥାଏ ପଛେ
ନିଜ ସୁଖ ଶାନ୍ତି ତାର
ତଥାପି ହାରିବାକୁ ଦେଇ ନାହିଁ ସେ
ଜୀବନ ପଥେ ମୋର
ଆଜି ମୁଁ କହୁଛି ଶୁଣିବଟି ତୁମେ
ଭୁଲିବ ନାହିଁଟି କେବେ
ସେଇ ପ୍ରିୟ ପିତା ମାତାଙ୍କୁ ତୁମର
ଆସୁ ପଛେ ଝଡ଼ ଯେବେ
