STORYMIRROR

pawan Mohakul

Tragedy

3  

pawan Mohakul

Tragedy

ଭୁଲି ହୁଏ ନାହିଁ

ଭୁଲି ହୁଏ ନାହିଁ

1 min
196

ଭୁଲି ହୁଏ ନାହିଁ 

ଗାଆଁ ସାଙ୍ଗ ସାଥି, ଗାଆଁ ପଡିଆ

ଖେଳ ଚାଲି ଥିଲେ ଲାଗେ ବଢିଆ ।।


ଭୁଲି ହୁଏ ନାହିଁ

ଗାଆଁ ରଜ ଦୋଳି, ଗାଆଁ ଯାତରା


ଗାଆଁ ଦୋକାନର ସିଙ୍ଗଡ଼ା ବରା ।।


ଭୁଲି ହୁଏ ନାହିଁ

ମାଆ କରିଥିବା, ଆରିସା ପିଠା

ମନ୍ଦିର, ପୋଖରୀ, ଆମ୍ବ ତୋଟା ।।


ଭୁଲି ହୁଏ ନାହିଁ

ଗାଆଁ ବରଷାକୁ, ଗାଆଁ ଖରା

ଗାଆଁ ଦୀପାବଳି ଦୋଳ ଯାତରା ।।


ଭୁଲି ହୁଏ ନାହିଁ

ଗାଆଁ କୋଠାଘର, ଲୁଡୁ ଖେଳକୁ

ଫେରି ଯାଆନ୍ତି କି ସେହି ଦିନ କୁ ।।


ଗାଆଁ ମାଟି ମୋର ମାଆ ସମାନ

ଭୁଲି ହେବ ନାହିଁ, ତା ଅବଦାନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy