STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଭୁବନ ମୋହନ ହେ ଚକାନୟନ

ଭୁବନ ମୋହନ ହେ ଚକାନୟନ

1 min
400

ଥକାମନ ଚାଲ ଯିବା ଚକାନୟନ ଦେଖିବା

ଆଖିରେ ଆଖି ମିଶାଇ ମନ କଥାକୁ କହିବା

ନୀଳାଚଳ ଧାମ ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିରେ

ପ୍ରଭୁ ବିରାଜି ଅଛନ୍ତି ଭାଇ ଭଉଣୀ ସାଙ୍ଗରେ

କିଏ କହେ ଜଗନ୍ନାଥ କିଏ କହେ ଚକାଆଖି

ଆଖିରେ ଆଖି ମିଶିଲେ ମନ ଯାଉଅଛି ଲାଖି

କିଏ କହେ ଚକା ଆଖି ସବୁ ନିରେଖି ଦେଖୁଛି

କିଏ କହେ ନିତିଦିନ ଷାଠିଏ ପଉଟି ଖାଉଛି

କିଏ କହେ ଚକାଆଖି ଚଳନ୍ତି ଜୀବନ୍ତ ଠାକୁର

କିଏ କହେ ଚକା ଆଖି ସଂସାରେ ସବୁଠୁ ସୁନ୍ଦର

ଚକାଆଖିରେ ଆଖି ମିଶାଇ ଦେଖିଦେଲେ ଥରେ

କିଛି ନୂଆ ଅନୁଭବ ହୁଏ ତନ ମନ ହୃଦୟରେ

ଭୁବନ ମୋହନ ଶକ୍ତି ଅଛି ସେହି ଚକାନୟନରେ

ମନ ମୋହିତ ହୁଅଇ ଦେଖି ଆଖି ମିଶାଇ ଆଖିରେ

ଏତେ ଜ୍ଞାନ ନାହିଁ ମୋର ସେହି ଭାବ ଜାଣିବାକୁ

ଭାବଗ୍ରାହୀ ହିଁ ଜାଣୁଛନ୍ତି ନିଜ ଭକ୍ତର ଭାବକୁ

ଚକାଡୋଳା, ଚକା ଚକା ଆଖି ହେ ଚକାନୟନ

ତୁମ ଶ୍ରୀ ଚରଣରେ ଧ୍ୟାନ ରହୁ ନିତି ପ୍ରତିଦିନ

ଚକିତ ହୃଦୟ ମୋର ଦେଖି ଦେଲେ ଚକାଆଖି

ଶ୍ରୀ ମନ୍ଦିର ଦର୍ଶନ ପାଇଁ ମନ ପ୍ରାଣ ଯାଏ ଲାଖି

ଅନ୍ତର ଦୁଃଖ ବେଦନା ତୁମେ ଜାଣ ଚକାଡୋଳା

ରକ୍ଷା କର ଏ ସଂସାରୁ ବୁଡି ଯାଉଛି ମୋ ଭେଳା

ବହୁତ ଦିନ ହେଲାଣି ଦେଖିନାହିଁ ସେହି ଚକାଆଖି

ଡୋରି ଲଗାଇ ଟାଣି ନିଅ ପ୍ରଭୁ ଦେଖିବି ସେ ଆଖି

କି କୁହୁକ,କି ମୋହନ ରହିଛି ସେ ଚକାନୟନ ରେ

ଦେଖି ଦେଲେ ଥରେ ନାଚି ଉଠେ ହୃଦୟ କନ୍ଦରେ

ମୋହ ମାୟା ବନ୍ଧନୁ ପାରି କର ଦେଇ ଦିବ୍ୟଜ୍ଞାନ

ସାରା ସଂସାର ମୋହରେ ରହିଛି ହେ ଚକାନୟନ।

ଦ୍ଵାପରେ ମୋହନ ବଂଶୀର ମଧୁର ସ୍ଵର ଲୟରେ

ଗୋପାଙ୍ଗନା ଭୁଲିଲେ ନିଜକୁ କୃଷ୍ଣଙ୍କ ପ୍ରେମରେ

ଭୁବନ ମୋହନ ବଂଶୀ ବଜାଅ ହେ ଚକାନୟନ

ମାୟା ମୋହ ବନ୍ଧନ ତୁଟି ଯାଉ ଶୁଣି ବଂଶୀ ସ୍ଵନ।


Rate this content
Log in

Similar oriya poem from Abstract