STORYMIRROR

Kali Kumar

Abstract Tragedy

3  

Kali Kumar

Abstract Tragedy

ଭସ୍ମାସୁର

ଭସ୍ମାସୁର

1 min
286

ନିବିଡ଼ ଅନ୍ଧାର ସମଗ୍ର ଜଗତେ

ଘୋଟିଆଛି ଏବେ ପରା,

ଆତତାୟୀଟିର ଶାଣିତ ଦଂଶନେ

ତ୍ରାହି ତ୍ରାହି ଡାକେ ଧରା ।୧।

ମୃତ୍ୟୁ ସ୍ରୋତ ଧାରେ ନିଶ୍ୱାସ ଚାଲିଛି

ଜୀବନ ଯେ ମରୀଚିକା,

ଚତୁଃଦିଗେ ଏବେ ଶବ କୁଢ଼ କୁଢ଼

ମରଣର ବିଭୀଷିକା ।୨।

ସ୍ବେଚ୍ଛାଚାରୀଙ୍କର ପ୍ରକୃତି ସମ୍ଭୂତ 

ଜନ୍ମିତ ଏ ହିଂସାକାଣ୍ଡ,

ନରହନ୍ତାଙ୍କର ନର ସନ୍_ଘାରେ

ଜୀବନ ଯେ ଲଣ୍ଡପଣ୍ଡ ।୩।

ଜୀବନ ଜୀବିକା ବିପନ୍ନ ହୋଇଛି

ମୃତ୍ୟୁ ଭୟ ଚାରିଆଡ଼େ,

ସୁରକ୍ଷିତ ନୁହେଁ କେହି କେଉଁଠାରେ

ବାହାରେ କି, ହେଉ ନୀଡ଼େ ।୪।

ଅଦିନେ ଅକାଳେ ଜୀବନ ପ୍ରଦୀପ

ମୁହୂର୍ତ୍ତକେ ଯାଏ ଲିଭି,

ମଶାଣି କୋଳରୁ ସଂଜୀବନି ପାଇ

ମୃତ୍ୟୁ କି ଉଠିଲା ତେଜି ।୫।

ନିଷ୍ଠୁର ନିର୍ମମ ଭସ୍ମାସୁର ସେ ଯେ

ଗୋଡ଼ାଉଛି ବର ପାଇ,

ପିଲା ଛୁଆ ବୁଢ଼ା ତରୁଣ ବୟସ୍କ

ମୁକ୍ତି ପାଉ ନାହିଁ କେହି ।୬।

ଅଦୃଶ୍ୟ ରାକ୍ଷସ ଅଦୃଶ୍ୟ ରଶିରେ

ଜୀବନକୁ ନିଏ ଭିଡ଼ି,

ଯମପୁରୀରୁ ଯମ ଆସିଅଛି କିବା

କରୋନା ପିଠିରେ ଚଢ଼ି।୭।

ସରଳ ନିଷ୍କପଟ ଜୀବନ କେତେ

କରୋନା ଭାଟିରେ ଜଳେ,

ପ୍ରଳୟ ଇନ୍ଧନେ ଦୁର୍ବିଶ ଲାଗଇ 

ଜୀବନ ଯେ ମହୀ ତଳେ ।୮।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract