STORYMIRROR

Biswanath Nayak

Tragedy

3  

Biswanath Nayak

Tragedy

ଭସାମେଘ----------

ଭସାମେଘ----------

1 min
26


ଅଭିମାନିନୀର

   ବିରହ-ଅନଳେ

        ନିରନ୍ତର ଜଳୁଥାଏ,

ତଥାପି କେଜାଣି

    ଜାଣେନା କାହିଁ ମୁଁ

        ଜଳିବାକୁ ଭଲପାଏ। 


କୁଳୁକୁଳୁ ନାଦେ

    ବହି ଯାଉଥିବା

        ସେ ଏକ ବନ ଝରଣା,

ହଜିଲା କି କେଉଁ

     ଗିରି କନ୍ଦରରେ

         ମିଳେନା ତାର ଠିକଣା। 


ସାଗର ବେଳାର

      ଝାଉଁ ବଣ ଫାଙ୍କେ

         ସେ ତ ଶିରି ଶିରି ବାଆ,

ଲହଡ଼ି ଭାଙ୍ଗୁଛି

       କେଉଁ ସାଗରରେ

           ଖୋଜିଲେ ନ ମିଳେ ରାହା।


ଶ୍ରାବଣ ରାତିର

       ମେଘୁଆ ଆକାଶେ

          ‌‌ ସେ ତ ଏକ ସନ୍ଧ୍ୟା ତାରା,

ବାଦଲ ଉହାଡେ

        ଲୁଚିଛି କେଉଁଠି

            ସହଜେ

ପଡେନା ଧରା। 


ସୁନୀଳ ଆକାଶେ

        ଉଡି ବୁଲୁଥିବା

             ସେ ଏକ ମୁକ୍ତ ବିହଙ୍ଗୀ

ଉଠିଗଲା କେଉଁ

        ଅଜଣା ରାଇଜେ

              ତା ପୁରୁଣା ନୀଡ଼ ଭାଙ୍ଗି। 

ଆରେ ଭସାମେଘ !

        ଯାଉ ଭାସି ଭାସି 

                ତୁ ମୋର ଏକା ଭରସା,

ସବୁତ ଜାଣିଲୁ

         ଅଭିମାନିନୀକୁ

               କହିବୁ ମୋ ମନଦଶା। 


ଥିଲେ ଯେତେ ଦୂରେ

       କହିବୁ ସନ୍ଦେଶ

              କରିବନି ପ୍ରିୟା ଡେରି,

ମୋ ମଶାଣି ଜୁଇ

      ଜଳିବା ଆଗରୁ

              ଯିବ ଶେଷଦେଖା କରି। 



Rate this content
Log in

Similar oriya poem from Tragedy