ଭସା ବାଦଲ
ଭସା ବାଦଲ
ଭସା ବାଦଲକୁ କିଅବା ଭରଷା
ଏବେ ଅଛି ଏବେ ନାହିଁ
ତୁଛାଟାରେ ଖାଲି ଆପଣାର କରେ
ମାତ୍ର ଦୁଇଦିନ ପାଇଁ I
କେତେବେଳେ ଦିଏ ସୁଖ ଅନୁଭୁତି
କେବେ ଦିଶେନାହିଁ ଛାଇ
ଭରଷା ତାକୁ ମୁଁ କରିଥିଲି ଦିନେ
ସବୁ ସୁଖ ନେଲା ଧୋଇ I
ବର୍ଷା ସାଥେ ଦିନେ ଆସିଥିଲା ସିଏ
କରିଥିଲା ଆପଣାର
କାହିଁକି କେଜାଣି ଏକା କରିଦେଲା
ନୟନେ ଭରିଲା ନୀର ।
ପୁରୁଣା କ୍ଷତରେ ମଲମ ଲଗାଇ
ଶୁଖାଇବା କଥାକହି
ଛାତିରେ ଭରିଲା ଅସହ୍ୟ ଯନ୍ତ୍ରଣା
ହୃଦେ ବେଦନାର ନଈ ।