STORYMIRROR

Kishore Nayak

Tragedy

4  

Kishore Nayak

Tragedy

ଭରସା

ଭରସା

1 min
31

ଭରସା ଈଶ୍ୱରଙ୍କୁ କର ଏକା 

ମଣିଷକୁ ନୁହେଁ 

କିଏ ଜାଣେ କେତେବେଳେ ଏ ମଣିଷ 

ବିଶ୍ୱାସରେ ଦେଇଦେବ ଧୋକା l


ପାଞ୍ଚ ମନ ପଚିଶ ପ୍ରକୃତିରେ ଗଢ଼ା ଏ ମଣିଷ 

କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟରେ 

ଉବୁଟୁବୁ ଏ ଶରୀର

କିଏ ଏଠି ଆପଣାର? 

କିଏ ଏଠି ଭରସାର ଯୋଗ୍ୟ? 

ମଣିଷର ସ୍ୱାର୍ଥ ପାଖରେ ମଣିଷର ପ୍ରବୃତ୍ତି ପାଖରେ 

ସ୍ନେହ, ମମତା, ଦୟା, କ୍ଷମା ଆଉ ସମ୍ପର୍କର 

ମାନେ କିଛି ନଥାଏ 

ନିଜ ସ୍ୱାର୍ଥ ପାଇଁ କିଛିବି କରିପାରେ ଏ ମଣିଷ l


ହାତେ ମାପି ଚାଖଣ୍ଡେ ଚାଲ 

ସାବଧାନ ହୁଅ ସତର୍କତାର ସହିତ 

ନିଜ ଭିତରେ ଥିବା ଅନ୍ତଃ ଚେତନାକୁ ଜାଗ୍ରତ କର 

ଭଲ କରି ଦେଖ ଏ ଦୁନିଆକୁ 

ଭଲ କରି ଚି଼ହ୍ନ ନିଜ ଚତୁଃପାର୍ଶ୍ୱରେ ଘୁରିବୁଲୁଥିବା 

ସାଧା ସିଧା ଦେଖା ଯାଉଥିବା ମଣିଷ ମାନଙ୍କୁ 

ସରଳତାର ସୁଯୋଗ ନେଇ ଭରସାର ଅନ୍ଧଗଳିରେ 

ଜୀବନ ସହିତ ଖେଳ ଖେଳୁଥିବା 

ବିଶ୍ୱାସଘାତକତାର ଅସାମାଜିକ ତତ୍ତ୍ୱ ମାନଙ୍କୁ l


ଭଳି ଯାଅନା ସେମାନଙ୍କ ମିଠା ମିଠା କଥାରେ 

ସ୍ୱର୍ଗକୁ ନିଶୁଣି ବାନ୍ଧିଲା ପରି 

ସୁନାର ହରିଣ ପଛରେ ଧାଇଁଲା ପରି 

କୌରଵମାନଙ୍କ ଚକ୍ରବ୍ୟୁହରେ ଫସିଗଲା ପରି ଫସିଯାଅନା 

କେହି ଆଗେଇ ଆସିବେନି ତୁମକୁ ରକ୍ଷା କରିବା ପାଇଁ 

ସମସ୍ତେ ଦେଖଣାହାରୀ ସାଜି ଦେଖୁଥିବେ ଭୀରୁ କାପୁରୁଷପରି l


ରାଜନୀତିର ପଶାପାଲିରେ 

ଆଇନ ଯେଉଁଠି ବାଟବଣା ହେଇଯାଉଛି 

କ୍ଷେତର ଫସଲକୁ ବାଡ ଖାଇଲା ପରି 

ରକ୍ଷକ ଯେଉଁଠି ଭକ୍ଷକ ସାଜୁଛି 

ସେଠି କିଏ ଆସିବ ତୁମକୁ ବଞ୍ଚାଇବା ପାଇଁ l


ତେଣୁ ସାବଧାନ ହୁଅ 

ନିଜ ଜୀବନକୁ ନିଜେ ଗଢ଼ 

ନିଜେ ନିଜର ସୁରକ୍ଷାର ଢାଲ ସାଜ 

ଭଲ ମଣିଷଟିଏ ହୋଇ 

ନିଜର ଭବିଷ୍ୟତ କଥା ଚିନ୍ତା କର 

ସମୟ ବଦଳୁଛି ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ପରି 

ଆଖି ଥାଇ ଜଳକା ହୁଅନା 

ତୀକ୍ଷ୍ଣ ଦୃଷ୍ଟିରେ ବୁଝିବାକୁ ଚେଷ୍ଟା କର 

ନିଜର ପାରିପାର୍ଶ୍ଵିକ ପରିସ୍ଥିତିକୁ l


ବୁଦ୍ଧିମତାର ସହିତ ନିଜ ଗୋଡ଼ରେ ନିଜେ ଛିଡା ହୁଅ 

ଶୈତାନର ମାୟା ଜାଲରେ ଫସି ଯାଅନା 

ନିଜ ପାଇଁ, ନିଜ ପରିବାର ପାଇଁ 

ଏ ଦେଶ ପାଇଁ, ଏ ଜାତି ପାଇଁ, ଏ ସମାଜ ପାଇଁ କିଛି କର 

ମଣିଷର ଭରସାର ଯୋଗ୍ୟ ହୋଇ ଉଠ 

ଦେଖିବ ଈଶ୍ୱର କିପରି ଏଇ ମଣିଷ ଭିତରେ 

ଦେବ ଦୂତ ସାଜି ତୁମ ପାଇଁ ଆଗେଇ ଆସୁଛନ୍ତି 

ତୁମକୁ ସହଯୋଗର ହାତ ବଢ଼େଇବା ପାଇଁ l


Rate this content
Log in

Similar oriya poem from Tragedy