STORYMIRROR

Shashanka sekhar Ray

Tragedy

4  

Shashanka sekhar Ray

Tragedy

ଭୃଣର ବିଳାପ

ଭୃଣର ବିଳାପ

1 min
23.1K


ନିବୁଜ ଅନ୍ଧାରିଆ କୋଠରୀରେ 

କିଏ ମୋତେ ଆଣି ଛାଡିଦେଲା କେଜାଣି

ମୁଁ ମୁକ୍ତ ଭାବେ ବୁଲୁଥିଲି ପବନରେ ମାଟିରେ

କ୍ଷୀର ସାଗରେ ଛୋଟ ମୀନ ପରି 

ପହଁରିବାକୁ ଲାଗିଲି ବୁଡିଯିବା ଭୟରେ

ଦୁଇ ଜଣ ମିଶି ଦେଲେ ପ୍ରତିଶ୍ରୁତି 

ସ୍ଵପ୍ନର ଅସରନ୍ତି ଆଶା ଦେଖାଇ ।


ହାତଗୋଡ ଜାକି ମୁଣ୍ଡ ମାଡି

କେତେ ଯେ ଗୁହାରୀ କଲି ତୁମ ପାଶେ

ଛାଡିଦେବାକୁ ଏ ବନ୍ଧନରୁ

ମିଠା ମିଠା ପ୍ରତିଶ୍ରୁତିର ଲୋଭେ

ଅଟକାଇ ଦେଇ କହିଲ ଏଇଠୁ 

ଆରମ୍ଭ ହେଲା କାଳେ ନାଟକ ।


ଆଲୁଅ ଦେଖିବାକୁ କାହାର ବା ନାହିଁ ମନ

ଅନ୍ଧାର ଭିତରେ ମନ ସଦା ଉଚ୍ଛନ୍ନ

ଦିନ ବାର ଗଣୁଥାଏ ବସି

କେବେ ସରିବ ଦଶ ମାସ ଦଶଦିନ

ଆନନ୍ଦ ଭରିଦେବି ସବୁରି ହୃଦୟେ

କିନ୍ତୁ ଏ କଣ ବେଳେ ବେଳେ 

ଚମକି ପଡେ ମୁଁ ଏକ ଦିବ୍ୟ ଆଲୋକେ

ସାରା ଶରୀର ଚମକିଉଠେ ଅଜଣା ଭୟରେ ।


କନ୍ୟାଟିଏ ବୋଲି ମୁଁ ଜାଣିଗଲା ପରେ

ଆରମ୍ଭ ହୋଇଗଲା ଅତ୍ୟାଚାର ମୋ ପରେ

ଫୁଲର କଢିଟି ଫୁଟିବା ଆଗରୁ 

କରିଦିଆଗଲା ବୃନ୍ତଚ୍ୟୁତ ଡାଳରୁ

 ନାଲି ଶରୀର ହେଲା ଜହରେ କଳା

ଅଣନିଶ୍ଵାସୀ ହୋଇ ଫେରିଗଲି ମୁଁ 

ମୋର ସେଇ ପବନ ମାଟି ଆକାଶକୁ ।


କନ୍ୟାଟିର ନାହିଁ ଏଠି ଅଧିକାର ବଞ୍ଚିବାର

ନାଟକର ଦୃଶ୍ୟ ବଦଳାଇଦିଏ ମଣିଷ

ନିଜ ହାତେ ନିଜ ଇଚ୍ଛାରେ 

ଗଢିଥିବା ଅମୃତକୁ ବିଷ କରିଦିଏ

ତୁମେ ବି ମୋ ପରି ହୋଇଯାଅ ଅସହାୟ

ନିରବରେ ଚାହିଁ ଥାଅ ଖାଲି ଏ ମଣିଷକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy