Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Kumar mohapatra

Inspirational

4  

Prabhas Kumar mohapatra

Inspirational

ଭୃଣ ହତ୍ୟା

ଭୃଣ ହତ୍ୟା

1 min
237


କାହିଁ ଏ ଘୃଣ୍ୟ ଭାବନା

ଶ୍ରେଷ୍ଠ ଜୀବ ମନେ ।

ଶ୍ରେଷ୍ଠ ହୋଇ ଘୃଣ୍ୟ କାର୍ଯ୍ୟ

କରେ ପ୍ରତି ଦିନେ ।।

ପୁରୁଷ ପ୍ରକୃତି ଦୁହେଁ

ସମାନ ସଂସାରେ ।

ଶଗଡ଼ ର ଚକ ଦୁଇ

ସମାଜ ଗାଡ଼ିରେ ।।

ଗୋଟେ ଛାଡ଼ି ଆଉ ଗୋଟେ

ନ ଯାଏ ଆଗକୁ ।

ବୁଝିବାକୁ କେତେଦିନ 

ଲାଗିବ ତାହାକୁ ।।

ପ୍ରେମ ପୀରତି ରେ ତାଙ୍କ

କଟଇ ରଜନୀ ।

ଗର୍ଭସ୍ଥ ହୁଅଇ ନାରୀ

ହେବାକୁ ଜନନୀ ।।

କିନ୍ତୁ ପ୍ରାୟ ସର୍ବ ମନେ

ଆଶା ଥାଏ ଭୋରି ।

ପୁରୁଷ ପିଲାଟି ଥାଉ

ଗରଭରେ ନାରୀ ।।

ଗର୍ଭପାତ କାଳେ ଯଦି

କନ୍ୟା କୁ ଦେଖୋଇ ।

ବହୁ କୁ କୁହନ୍ତି ଭାଇ

ଅଲକ୍ଷଣୀ ସେଇ ।।

ଚାହିଁ ବୁନି ତୋର ମୁଁହ

ଘରୁ ଚାଲି ଯାଆ ।

ନହେଲେ ତାହାକୁ ନାଳେ

ଫୋପାଡ଼ି ଦେଇଆ ।।

ଆହୁରି ଅନେକ ସଭ୍ୟ

ଗର୍ଭରୁ ମାରନ୍ତି ।

ପିତାମାତା ଅର୍ଥ ସର୍ବେ

କ୍ଷଣିକେ ଭୁଲନ୍ତି ।।

ଚାହାନ୍ତି ସଭିଏଁ ବଧୂ

ସୁନ୍ଦର ମଧୁର ।

ପୁଣି ସେଇ ହାତେ ହତ୍ୟା

କରନ୍ତି କନ୍ୟାର ।।

ଆରେ ଦେଶ ନର ନାରୀ

କେବେ ହେବ ସଭ୍ୟ ।

ଭୃଣ ହତ୍ୟା ହଟି ଦେଶ

କେବେ ହେବ ଭବ୍ୟ ।।


Rate this content
Log in

Similar oriya poem from Inspirational