STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ଭୃଣ ହତ୍ୟା

ଭୃଣ ହତ୍ୟା

1 min
191


 ଲିଙ୍ଗ ନିରୂପଣ ନ କରରେ ଗଣ

   ମାର ନାହିଁ ମାର ନାହିଁ 

ମାତୃ ଗର୍ଭରେ ମାରୁଛ ଅସ୍ତ୍ରରେ

   କେଉଁ ଅଧିକାର ନେଇ ? 


ଭୃଣ ହତ୍ୟା ପରା ଗଣ ହତ୍ୟା ସମ

    ବୁଝରେ ମାନବ ଅଧମ, 

ପୁତ୍ର କନ୍ଯା ଅନୁପାତ ଏ ଦେଶେ

     ଦିନୁଁ ଦିନ ହୁଏ କମ।


କହୁଛ ଶିକ୍ଷିତ କହୁଛରେ ସଭ୍ୟ

   ମାତୃ ଜାତି କରି ଧ୍ଵଂସ, 

କରି କନ୍ୟା ହତ୍ୟା ଜନନୀ ଭଗିନୀ

   ଏହା କି ତୁମର ଯଶ ? 


ସେ ଜନ୍ମ ଦାତ୍ରୀ ଧରଣୀ ଧରିତ୍ରୀ

   ତା ପାଇଁ ତିଷ୍ଠିଛି ଜଗତ, 

ସର୍ବ ଶକ୍ତି ସେହି ଦେଶ ଭବିଷ୍ୟତ

    କାହିଁକି କରୁଛ ହତ? 


 ସେ ସିଂହ ବାହିନୀ ମହିଷା ମର୍ଦ୍ଦିନୀ

  କାଳୀ ଚାମୁଣ୍ଡା ଚଣ୍ଡୀ ରୂପିଣୀ

 ସେ ଜଗତ ଉଦ୍ଧାର କାରିଣୀ

  କେବେ କେଉଁ ରୂପେ ଉଭା ହୁଏ 

    ସକଳ ଶକ୍ତିର ରୂପିଣୀ। 

   

ଦୁହିତା ଦୁଇ କୁଳକୁ ହିତା ସେ

   ତା'ର ହତ୍ୟାକାରୀ ତୁହି, 

 ସ୍ତ୍ରୀ ଓ ପୁରୁଷ କେହି ଉଣା ନୁହେଁ 

  କେଉଁ ଧର୍ମେ ଅଛି କାହିଁ? 


ସଂସାର ମଙ୍ଗଳ ଜଗତ ମଙ୍ଗଳ

   ସମାଜ ର ମଣି ସିଏ, 

ଭୃଣ ହତ୍ୟା ନୁହେଁ ମାନବର କିର୍ତ୍ତୀ 

   ତୋତେ ବୁଝାଇବ କିଏ ?


Rate this content
Log in

Similar oriya poem from Abstract