STORYMIRROR

Dr Baman Chandra Dixit

Romance

3  

Dr Baman Chandra Dixit

Romance

ଭ୍ରମେ ଭ୍ରମନ୍ତି ଭ୍ରମରେ

ଭ୍ରମେ ଭ୍ରମନ୍ତି ଭ୍ରମରେ

1 min
447

ଭ୍ରମୁଥିଲ ଯେବେ ଉଦ୍ୟାନ ସମୀପେ

ଆନମନା ତୁମେ ମାନମୟୀ

ଭ୍ରମରେ ଭ୍ରମନ୍ତି ଭ୍ରମର ସକଳେ

ସୁବାସ ରସ ଲାଳସା ନେଇ


ଗୋଲାପି ଅଧର ରଙ୍ଗ ରସ ମଖା

ମୃଦୁ ହାସେ କମ୍ପେ ରହି ରହି

ମନ୍ଦ ମରୁତର କୋମଳ ପରଶେ

କୋମଳ କଳିକା ଯାଏ ନଇଁ

ଭ୍ରମରେ ଭ୍ରମନ୍ତି ଲୋଲୁପ ମଧୂପ

ରସ ଆସ୍ଵାଦନ ତୃଷା ପିଇ।।


ତୁମ ରୂପ ରଙ୍ଗ ଆବେଗ ସୁଆଙ୍ଗ

ଭରମେଇ ଦିଏ ଯତି ମତି

ଶରମେଇ ଯେବେ ଚାହଁ ଫେରି ଫେରି

ହୃଦେ ଲେଖି ଯାଅ ପ୍ରୀତି ଅନୁଭୂତି

ସ୍ପନ୍ଦନ ବିସ୍ମୃତ ବିମୁଗ୍ଧ ହୃଦକୁ

ବାର ବାର ଦେଖେ ଛୁଇଁ ଛୁଇଁ।।


ତୁମେ ଭ୍ରମଣରେ ଭ୍ରମରେ ଭ୍ରମରେ

ଭ୍ରମନ୍ତି ମୁଖ କମଳ ପାଶେ 

ଅଞ୍ଚଳ ସଞ୍ଚାଳି ଅବା ହସ୍ତ ଚାଳି

ଆଡ଼ କର ଏଡ଼ିବା ପ୍ରୟାସେ

ବାରଣ ମାନେନା ଅବୁଝା ବାସନା

ଆଶେ ପାଶେ କଲେ ନାହିଁ ନାହିଁ।।



Rate this content
Log in

Similar oriya poem from Romance