STORYMIRROR

Lokanath Rath

Action Classics Others

4  

Lokanath Rath

Action Classics Others

ଭରଚୁଆଲ ବିବାହ

ଭରଚୁଆଲ ବିବାହ

2 mins
595


ବିବାହ ଆମ ଦେଶ ସଂସ୍କାରର ଅଟେ ଏକ ଅଂଶ ,

ଯାହା ପରିବାର ଗଢି ବଢାଏ ଆମ ସଭିଙ୍କ ବଂଶ |


ବିବାହ ନୁହଁଇ କିଛି ଖେଳଘର କିମ୍ବା ଏକ ବାଲିଘର ,

ଏହା ଅଟେ ମିଳନ ଦୁଇ ହୃଦୟ ଆଉ ମନର |


ବିବାହରେ ମିଳିଥାଏ ପାଟି ଏବଂ ପତ୍ନୀଙ୍କୁ ସମାଜର ସ୍ୱୀକୃତି ,

ପରିବାର ଗାଧାନ୍ତି ସେମାନେ ,ଦେଇ କିଛି ସତ୍ୟ ପ୍ରତିଶୃତି |


ଭଲପାଇବାରୁ କେବେ ହୁଏ ମନ ସହ ହୃଦୟର ମିଳନ ,

ଆଗକୁ ବଢି ପୁଣି ବାନ୍ଧି ହୁଏ ବିବାହ ବନ୍ଧନ |


ଅତୀତରେ ରହିଛି ଏହାର କେତେ କେତେ ଜୀବନ୍ତ ପ୍ରମାଣ ,

ଲେଖାରେ ରହିଛି ସବୁ ମଧ୍ୟ ,କହେ ଆମ ପୁରାଣ |


ବିବାହ ମଧ୍ୟ ହୋଇଛି ଏହି ଦେଶେ ,ରଚି ସ୍ଵୟମ୍ବର ,

କନ୍ୟା ବାଛିଚି ନିଜ ପତି,ନିଜ ମଣିଷ ମନର |


କନ୍ୟାକୁ ବିବାହ ଦେଇ ପିତା କରେ ତାର କନ୍ୟାଦାନ ,

ପିତୃତ୍ୱକୁ ଧନ୍ୟ ମଣେ ଆଉ କରେ କିଛି ପୁଣ୍ୟ |


ଭିନ୍ନ ଭିନ୍ନ ରୂପରେ ହୁଅଇ ,ବିବାହ ଭିନ୍ନ ସଂପ୍ରଦାୟରେ ,

କିନ୍ତୁ ସମ୍ପର୍ଣ ହୁଏ ଏହା ଆଡ଼ମ୍ବରେ ,ଏହି ସମାଜରେ |


ବିବାହ କରିଥାଏ ନୂତନ ସମ୍ପର୍କର ସୃଷ୍ଟି ,ଏହି ଦୁନିଆରେ ,

ତାହାକି ସମ୍ଭବ ହେବ ଏବେ ଏହି ଭରଚୁଆଲ ବିବାହରେ ?


ଦୂରେ ରହି ବର କନ୍ୟା ,କେମିତି କରିବେ ବିବାହ ?

ସମ୍ପର୍କକୁ କେମିତି ସ୍ଥାପିବ ,ଏବେ ଏହି ଭରଚୁଆଲ ବିବାହ ?


ଆଧୁନିକ ଯୁଗରେ ଏବେ ଏହା ନେଇଛି ନୂଆ ରୂପ ,

ଏହି ବିବାହକୁ ଦେଖି ,ମନ ଆଜି କରାଇ ବିଳାପ |


ଏହି ବିବାହ କେମିତି ପୁଣି ଆଗକୁ କେଜାଣି ବଢିବ ?

କେମିତି ମଣିଷ ଏହାଦ୍ୱାରା ପୁଣି ନିଜ ସଂସାର ଗଢ଼ିବ ?


ଯନ୍ତ୍ର ଚାଳନାରେ ,ମଣ୍ଡପକୁ ଦେବେ ସବୁ ସୁନ୍ଦରେ ସଜାଇ ,

ଅଡିଓ ଭିଡ଼ିଓ ଦ୍ୱାରା ମନ୍ତ୍ର ପଢି ,ଦେବେ ବିବାହ କରାଇ |


ନରହିବ ଏହି ବିବାହରେ ବରଣମାଳାର କିଛି ଆଦାନ ପ୍ରଦାନ ,

ନକରିବ ପିତା ବେଦିରେ ବସି ,ତାର ସେହି କନ୍ୟାଦାନ |


ଏହି ବିବାହରେ ନପଡିବ ବର କନ୍ୟାଙ୍କର ହାତ ଗଣ୍ଠି ,

ନରହିବେ ବନ୍ଧୁ ସମ୍ପର୍କୀୟ ,ଦେବାକୁ ତାଙ୍କୁ ଆଶୀର୍ବାଦ ସେଠି |


ଆଶ୍ଚର୍ଯ୍ୟ ଲାଗେ ଏବେ ଶୁଣି ଏହି ନୂତନ ପଦ୍ଧତି ,

ଜାଣେନା ଏହି ବିବାହର ହେବ ଆଗରେ କି ପରିଣତି ।


Rate this content
Log in

Similar oriya poem from Action