ଭୋଳା ଶଙ୍କର
ଭୋଳା ଶଙ୍କର


ଉମାପତି ଭୋଳା ଶଙ୍କର
ଏ ଘୋର ଶଙ୍କଟୁ ଉଦ୍ଧାର କର
ଉମାପତି ଭୋଳା ଶଙ୍କର......
ଆଜି ଏ ଧରା ପ୍ରମାଦ ଗଣେ
ଶାନ୍ତି ମନେ ନାହିଁ କେ ଜଣେ
କରୋନା ରାକ୍ଷସୀ ଉନ୍ମାଦିନୀ ସାଜି
କରି ଚାଲେ ନିତି ନର ସଂହାର
ଉମାପତି ଭୋଳା ଶଙ୍କର। ୧।
ଆଦି ଦେବ ହେ ମୃତ୍ୟୁଞ୍ଜୟ
ରଖ ବାରେ ହୋଇ ସଦ୍ୟ
ତୁୁୁମେ ମହାଦେବ କରୁଣା ନୋହିିିଲେ
ନାଶ ଯିିବେ ସବୁ ନର ପ୍ରବର
ଉମାପତି ଭୋଳା ଶଙ୍କର। ୨।
ତୁୁୁମ୍ଭେ ଯହୁଁଁ ତ୍ରିପୁର ଦେବ
ଦୂର କର ଏ ଅବସାଦ
କରୋନାକୁ ନାଶି ଜଗତ ହସାଅ
କୃପା କର ବାରେ ପାର୍ବତୀ ବର
ଉମାପତି ଭୋଳା ଶଙ୍କର। ୩।