STORYMIRROR

Mr.GAGAN BIHARI NAYAK

Abstract

2  

Mr.GAGAN BIHARI NAYAK

Abstract

ଭୋକର ଜନ୍ତ୍ରଣା

ଭୋକର ଜନ୍ତ୍ରଣା

1 min
250

ଭାରତର ମାନଚିଚିତ୍ରେ ଭୋକିଲା ପେଟରେ ଥିବା ଗରିବ ନିଷ୍ପେସିତ ମାନଙ୍କର ଗୋଟେ ରଂଗ ଦିଅ

ସ୍ପଷ୍ଟ ଦିଶିବ କାନ୍ଦୁରା ମୁହଁର ଲୁହ ବିନ୍ଦୁ ଗୁଡାକ

ଅସହଣୀ ଭୋକ ଜ୍ବଳାରେ ବେଦନାସିକ୍ତ କୋହ ସବୁ ମିଶି ଯାଉ ଥିବ ମୂକ୍ତାକାଶରେ

ଅନ୍ତର୍ଦାହର ବହ୍ନି ଜଳୁଥିବ ହୁ-ହୁ-ହୋଇ

ଭୋକ ଦାଉ ବୁଝିପାରେ ଅନୁଭବୀ ଏକା


ଦିମୁଠା ଚାଉଳ ମୁନ୍ଦାଏ ଜଳ,

ଦି'ପାଦ ଭୂଇଁ ଆଉ ମଥାରେ ଚାଳ

ଏତିକି ମୌଳିକ ଅଧିକାର ବିନା,

ଦେଶ କାହୁଁ ପାରିବକି ଉଡେଇ ବିଜୟର ବାନା

ମାନବିକ ଅଧିକାର ଦେବାକୁ ହିଁ ହେବ

ମାବବ ସୁଖେ ବିମୁଖ କିମ୍ପା ଏ ମଣିଷ ସାଜିବ

ସବୁରି ମଙ୍ଗଳେ ନିଜ ମଙ୍ଗଳକୁ ଦେଖ

ସେ ମଙ୍ଗଳେ ମାନବ ସମାଜ ଲଭିବ ହିଁ ସୁଖ


ମାନଚିତ୍ର ଆର ପଟେ ଥିବା ଚରିତ୍ର ମାନେ

ହାତେ ଧରି ଆଲୁମୋନିଅମ ଥାଳି,

ଜପୁଥିବେ ମନ୍ତ୍ର ଯେତେ ଧରି ଜପାମାଳି

ଉପବାସେ ରହି ନୁହଁ ଉପାସକ 

କିନ୍ତୁ, ଭୋକିଲା ପ୍ରାଣର ଇଏତ ମନ୍ତ୍ର ତନ୍ତ୍ର ସ୍ତୋତ୍ର

କେହି ଜଣେ ପ୍ରବୋଧି କହିଥିଲେ-"ଦୁଃଖରେ ମିଳନ୍ତି ହରି"

ତେଣୁ ସେ ନାମ ପାଲଟିଛି ପ୍ରାତ ସ୍ମରଣିକା 

ହରିନାମେ ନେଇ ଖୁସୀରେ 

ବଞ୍ଚିବାର ଇଏ ଏକ ପନ୍ଥା


ଭୋକରେ କେ' ଥରୁଥାଏ ଫୁଟ ପାଥପରେ

ଗରିବର ସ୍ଥାନ ନାବିଁ ରହିବାକୁ ମନ୍ଦିର ଭିତରେ

ସ୍ଥାନ ତାର ପାଲଟିଛି ଆଜିକାଲି

ଜରି-ଘେରା ଫୁଟପାଥ ପରେ


ଭୋକ ପାଇଁ କିଏ କରେ ଭିକ୍ଷାବୃତ୍ତି

କିଏ କରେ ବାଲ୍ଯ ଶିଶୁ ବିକ୍ରି

କିଏ ଶୋଇ କଣ୍ଟା ପରେ ପ୍ରଦର୍ଶିତ କରିଥାଏ

ନିଖୁଣ ଅଭିନୟ ଦି'ପଇସା ମାଗି, 

ଭୋକ ମେଣ୍ଟେଇବା ଆଳେ



ଏଦେଶ ଶାସକ ଯେବେ ଥିଲେ ରାଜା ମହାରାଜା

ତାପରେ ଲୋକତନ୍ତ୍ର ସ୍ଥାପନା ହୋଇଲା

ଏଦେଶର ଧନ ତେବେ କିଏ ନେଇଗଲା

ଏଦେଶର ଜନତାକୁ ଗରିବ କରିଲା

ପରିଶେଷେ ଭିକ ମଗେଇଲା

ବିଦେଶରୁ ଅର୍ଥ ଆସେ ଏଦେଶର

ଲୋକ ମୁଖେ ହସ ଭରିବାକୁ

ମାନବବାଦର ସୁଖ ବାଣ୍ଟି

ଖୁସୀ କରିବାକୁ


ଏଦେଶର ଧନ କିଏ କଲା ଅପହୃତ

ଖାଇବାକୁ ମାଗି ମାଗି ଶିଶୁ ମରେ

ତାକୁ ସଂବାଦ କରି କେତେକେ ବିକୁଛ


ପାରିବତ ଦିଏ ଟିକେ ବଞ୍ଚିବାକୁ ଖୁସୀରେ ଲୋକକୁଂ

ହ୍ରାସ କର ଧନ ଖର୍ଚ୍ଚ ପର୍ବ ପର୍ବାଣୀ ଓଷା ବରତକରେ


ମାନବ ସୁରକ୍ଷା ପାଇଁ ବଢାଅ ମାନବିକତାକୁ

ବୁଝ ସର୍ବେ ଭବନ୍ତୁ ସୁଖୀନର ସାରମର୍ମ କୁ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract