STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ଭୋକ

ଭୋକ

1 min
297

ଜଠରେ ମୋ ଖାଲି ଭୋକ ; ଏବେଳେ କିଏ ସୁନ୍ଦରୀ

ଅଦୂରୁ କେ ଡାକେ କିଆଁ; ମହମହ ବାସେ କିଏ

ମନର ସରାଗ ଯେତେ ସେବେଳୁ ଯାଇଛି ମରି

ଭୋକରେ ହୁଏ ଅଧୀର ବଳ ନାହିଁ ଏହି ଦେହେ


ତୋରପ୍ରେମ ଆମନ୍ତ୍ରଣ ମନେ ମୋ ନୈରାଶ୍ୟନିଆଁ

ପେଟର ଅସହ୍ୟ ଦାଉ ଜୀବନକୁ ତିଳ ତିଳ

କରି ପୋଡ଼ି ଜାଳିଦିଏ ହୃଦୟେ କୁହୁଳାଧୂଆଁ

ଦେଖିବି କେମିତି ସଖୀ ରୂପ ସଉନ୍ଦର୍ଯ୍ୟ ତୋର


ଭୋକ ଭାରିଭୋକ ଏବେ ମରିମରି ଯାଏ ମନ

ଆଖି ଆଗରେ ଖଦ୍ୟୋତ କ୍ଷଣେକ୍ଷଣେ ଉଡେ ଦେଖ

ତୋ ଯୈ।ବନ ଆକର୍ଷଣ ତୋର ପ୍ରେମ ଆମନ୍ତ୍ରଣ

ତା’ର କିଛି ନାହିଁ ମାନେ ଜଠରେ ଖାଲି ମୋ ଭୋକ


ସହାରା ମରୁରେ ଜଳ ଖୋଜୁଛୁ ପାଗଳ ହୋଇ

ମିଛେ ମରିଚିକା ପଛେ ଧାଉଁଛୁ କିଆଁ ସୁନ୍ଦରୀ

ତଇଳ ଢାଳିଲେ କିବା ଦୀପତ ଜଳିବ ନାହିଁ

ମରୁଦ୍ୟାନ ଏଠି ନାହିଁ, ସଳିତା ଗଲାଣି ସରି


ରତି କରିବାକୁ ରାତି ନାହିଁ ଆଉ ଆରେ ସଖୀ

ସପନ ଦେଖିବା ପାଇଁ ଆଖିରେ ତ ନିଦ ନାହିଁ

ଭୋକର ତାତି ରେ ମନ ପ୍ରାଣ ମୋର ନିରିମାଖୀ

ହୋଇ ହେଉଛି ବିକଳ ଦିଅ ଭିକ ଦିଅ ସହୀ



Rate this content
Log in

Similar oriya poem from Abstract