STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ଭୋଗ ଠାରୁ ବଡ

ଭୋଗ ଠାରୁ ବଡ

1 min
237

  ଭୋଗ ଠାରୁ ବଡ

 ତ୍ୟାଗରେ ମଣିଷ

  ପରିବାର ପରିବେଶକୁ 

  କରି ତୁ ଧ୍ଵଂସ

  ଭୋଗେ ବୁଡି କିଆଁ

  ହେଉ ଅଣ ନିଃଶ୍ବାସ ।

  

   ଭୋଗ ଯୋଗୁଁ ରୋଗ

   ଭୋଗ କରେ ଭାଗ ଭାଗ

   ବଦଳାଇ ଦିଏ ସମାଜର ଭାଗ୍ୟ

   ଭୋଗ ହିଁ ବିଶୃଙ୍ଖଳା ର କାରଣ

   ଶୋଷଣ କାରଣ ଭୋଗ

   ଲଗାଏ ଚରିତ୍ରେ ଦାଗ ।


   ଭୋଗୀର ଜୀବନ

   କଟଇ ଭୋଗରେ

   କୁକର୍ମ କରି କୁହେ

   କୁଫଳ ଥିଲା ମୋ ଭାଗ୍ୟରେ

   ଭୋଗ ହିଁ ସୃଷ୍ଟି କରଇ ମନେ

   ଲୋଭର ଶୋଷ

   ଭୋଗ ଯୋଗୁଁ ସୃଷ୍ଟ

   ସର୍ବ ରାଗ ରୋଷ ।


   ତ୍ୟାଗୀର ଜୀବନ

   ଭୋଗୀ ଠୁ ମହାନ

   ତ୍ୟାଗ ଠାରୁ କିଛି

   ନାହିଁରେ ପୁଣ୍ୟ

   ଭୋଗ ତ୍ୟେଜି ତ୍ୟାଗେ

   ବଞ୍ଚରେ ମଣିଷ

   ତୁଟାଅ ହୃଦୁ ଭୋଗର ଶୋଷ

   ଗଢରେ ସଭିଏଁ ସୁସ୍ଥ ସମାଜ

   ଗଢ ସଭିଏଁ ସୁସ୍ଥ ପରିବେଶ

   ହସୁ ଏ ଦେଶ ହସୁ ଆମ ବିଶ୍ଵ ।


   ଆରେରେ ମଣିଷ

   ସ୍ଵହସ୍ତେ ନକର ଧ୍ଵଂସ ସ୍ଵ ବଂଶ

   ତ୍ୟାଗପୂତ ଜୀବନ

   ତ୍ୟାଗୀ ର ଜୀବନ

   ଭୋଗୀ ଜୀବନ ଠୁ

   ଶତ ଶତ ଗୁଣେ ମହାନ

   ତ୍ୟାଗରେ ରଖି ବିଶ୍ଵାସ

   ସମାଜେ ଆଣ ଶୃଙ୍ଖଳା 

   ଆଣ ସମାଜେ ହର୍ଷ ଉଲ୍ଲାସ ।


   ମୁନି ଋଷିଙ୍କ ପଥ କର ଅନୁସରଣ

   ସଭିଏଁ ଆସ ବଞ୍ଚିବା ଆମେ

   ତ୍ୟାଗପୂତ ଜୀବନ

   ହସିବେ ଜନ ହସିବ ସମାଜ

   ହସି ହସାଇବା ଆମ୍ଭେ ସଭିଙ୍କ ମନ

   ଭୋଗୀ ଠାରୁ କେତେ 

   ତ୍ୟାଗୀ ଯେ ମହାନ

   ବୁଝ ବୁଝ ଆରେ ଆରେ ତୁ ମଣିଷ

   ଭୋଗ ଠାରୁ ବଡ ତ୍ୟାଗ ରେ ମଣିଷ

   ପରିବାର ପରିବେଶ କୁ ତୁ ଧ୍ଵଂସ

   ଭୋଗେ ବୁଡି କିଆଁହ

   ହେଉ ଅଣ ନିଃଶ୍ବାସ ।   


Rate this content
Log in

Similar oriya poem from Abstract