ଭୋଦୁଅ ଜହ୍ନ
ଭୋଦୁଅ ଜହ୍ନ
ଭୋଦୁଅ ଜହ୍ନ ଟା ଲାଜେଇ ଲାଜେଇ
ବାଦଲ ରେ ଲୁଚିଯାଏ ।
ଶୁଭ୍ର କାଶତଣ୍ଡି ନଦୀପଠା ପରେ
କେତେ ଯେ କାହାଣୀ କହେ ।
ସେଦିନ ସବୁ ଅତୀତ ହେଲାଣି
ସେ କଥା ସବୁ ସ୍ମୃତି ।
ଭୋଦୁଅ ର ଝର ଭିଜେଇ ପାରିନି
ବିତି ଯାଇଥିବା ରାତି ।
ତୁମେ ଥିଲ ମୁଁ ଥିଲି ନୀରବତା ଥିଲା
ଭୋଦୁଅ ର ଝର ଖାଲି କଥା କହୁଥିଲା ।