STORYMIRROR

Amita Dash

Inspirational Children

3  

Amita Dash

Inspirational Children

ଭଣ୍ଡାର

ଭଣ୍ଡାର

1 min
200


ଜୀବଦ୍ଦଶାରେ କେତେ ଭଣ୍ଡାର ଲୁଟିଲି।

କେତେ ସମ୍ପତି ଠୁଳ କଲି।

ଯେତେବେଳେ ତୋତେ ଏ ଧନ୍ଦାରେ ମିଶେଇଲି 

ଆତ୍ମା ଧିକ୍କାର କଲା।

କ'ଣ ଏସବୁ ହେବ ଯଦି ବାପା, ବୋଉ ଡାକିବାକୁ ସନ୍ତାନ ନଥିବ।

ଆଜି ଏ ଘରେ ପଶି ଅନୁଭବ ହେଲା

ଏ ଘରର ଖାଁ ଖାଁ ପଣ ଖାଇ ଗୋଡେଇଲା।

ସବୁ ଅଛି।

ସୁନା,ସୁନାର ମୁକୁଟ ,ସୁନା ଜୟ ପାତ୍ର, କେତେ କ'ଣ କେତେ କ'ଣ।

ଭୋଗ କରିବାକୁ କାଇଁ କିଏ?

ମୋ ଆଗରୁ ଏଠି କିଏ ଆସିଛି।

ସବୁ ଜିନିଷ ୟାଡେ ,ସାଡେ ଛିନ ଛତର ହୋଇ ପଡିଚି।

ଏଠି ନିଶ୍ଚୟ କେହି ଅମୋକ୍ଷ ଆତ୍ମା ଅଛି।

ହୁଏତ ମୋ ପରି ଭଣ୍ଡାର ଲୁଟିଲା ବାଲାର ପତ୍ନୀ।

କି ଦୁହେଁ ପ୍ରେତାତ୍ମା ହୋଇ ନିଜ ସମ୍ପତ୍ତି ଜଗିଚନ୍ତି।

ନାଇଁ ମୋ ଛୁଆକୁ ଏ ଧନ୍ଦାରେ ପୁରାଇବିନି।

ଚାଲ ଫେରିଯିବା ଘରକୁ

ବୋଉ ଅନ୍ନ ଭଣ୍ଡାର ଥୋଇ ରହିଥିବ ବାଟ ଚାହିଁ।

ମୋ ଘର ଭଣ୍ଡାର ପରା କନ୍ୟା ରତ୍ନରେ ପୁରି ଯାଇଚି।

ମୋର ଆଉ ଲୋଡା କିଛି ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational