Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kulamani Sarangi

Classics

3  

Kulamani Sarangi

Classics

ବହ୍ନିକନ୍ୟା-୧

ବହ୍ନିକନ୍ୟା-୧

2 mins
12.2K



ଡକ୍ଟର କେ.ଏମ୍ ମୁନ୍ସିଙ୍କ ଦ୍ବାରା ଲିଖିତ "କୃଷ୍ଣାବତାର " ଏକ କାଳଜୟୀ ରଚନା ଏବଂ ମୁଁ ସେ ରଚନା ଦ୍ବାରା ବହୁ ପରିମାଣରେ ପ୍ରଭାବିତ।ମୋର ଏହି ଧାରାବାହିକ ସେହି କାଳଜୟୀ ବର୍ଣ୍ଣନାରେ ଥିବା ତଥ୍ୟକୁ ଅବଲମ୍ବନ କରେ।ଡକ୍ଟର ମୁନ୍ସି ଶ୍ରୀକୃଷ୍ଣଙ୍କୁ ସେ ସମୟର ଶ୍ରେଷ୍ଠ ରାଜନୀତିଜ୍ଞ ତଥା କୂଟନୀତିଜ୍ଞ ଭାବେ ଚିତ୍ରଣ କରିଛନ୍ତି।ଆର୍ଯ୍ୟାବର୍ତ୍ତରେ ଧର୍ମ ସଂସ୍ଥାପନା ପାଇଁ ଧର୍ମପଥ ଅନୁସରଣ କରୁଥିବା ସମସ୍ତ ଶକ୍ତିଙ୍କୁ, ଦୁଷ୍ଟ ତଥା ଅଧର୍ମୀ ଶକ୍ତି ମାନଙ୍କ ବିରୁଦ୍ଧରେ ଏକତ୍ରିତ କରିବାର ସମସ୍ତ ପ୍ରୟାସ କରିଛନ୍ତି ଶ୍ରୀକୃଷ୍ଣ।ମୂଳ ଲକ୍ଷ,ସନାତନ ଧର୍ମ ତଥା ସଂସ୍କୃତିର ରକ୍ଷା।ଏହା ରାଜନୀତିର ଧ୍ରୁବିକରଣ କୁହାଯାଇପାରେ।ଯାଜ୍ଞସେନୀଙ୍କର ସ୍ବୟମ୍ବର ସେହି ଧ୍ରୁବିକରଣର ଏକ ଅଂଶ ମାତ୍ର।ଧର୍ମପଥଗାମୀ ପାଣ୍ଡବ ମାନଙ୍କ ଶକ୍ତିକୁ, ସନାତନ ଧର୍ମର ପୃଷ୍ଠପୋଷକଙ୍କର ପାଞ୍ଚାଳ ସହିତ ବନ୍ଧୁତା ସୂତ୍ରରେ ଦୃଢିଭୂତ କରିବା ପ୍ରୟାସର ଏକ ଅଂଶବିଶେଷ ଥିଲା କୃଷ୍ଣା ସ୍ବୟମ୍ବର।ଏହା ଚକ୍ରୀଙ୍କର ଅତି ସୁନ୍ଦର ଚକ୍ରାନ୍ତର ଥିଲା ପରିଣାମ। ପରବର୍ତ୍ତୀ ସମୟରେ ସେହି ଉଦ୍ଦେଶ୍ୟରେ ସେ ଅଭିମନ୍ୟୁର ବିବାହ ବିରାଟ ରାଜାଙ୍କ କନ୍ୟା ଉତ୍ତରା ସହିତ କରାଇ ଥିଲେ।ଏହି ମହାନାଟକର କଳାକାର ନଥିଲେ ମଧ୍ୟ ସେ ମୂଖ୍ୟ ନିର୍ଦ୍ଦେଶକ ଥିଲେ।ଶ୍ରୀକୃଷ୍ଣଙ୍କର ମାୟାଜାଲରେ ଛନ୍ଦିତ ଏହି କୃଷ୍ଣା ସ୍ବୟମ୍ବରକୁ କାବ୍ୟିକ ରୂପ ଦେଇଛି,ଆପଣମାନଙ୍କ ଶୁଭେଚ୍ଛା ଓ ଆଶୀର୍ବାଦକୁ ମୋର ପଥ ପ୍ରଦର୍ଶନ ଭାବରେ ଗ୍ରହଣ କରି।ଆଶା ଓ ବିଶ୍ବାସ ଏହା ଆପଣଙ୍କ ଦ୍ବାରା ଆଦ୍ରୁତ ହେବ।


ବହ୍ନିକନ୍ୟା....୧

.........................

ଅନୁପମା ରାଜଜେମା

..............................

ରାଗ:--ରାମକେରୀ


କୃଷ୍ଣା ରୂପମୟୀ, ପାଞ୍ଚାଳ ରାଜ ଅବରୋଧରେ

ଦ୍ବିତଳ ପ୍ରାସାଦେ ଦେଖନ୍ତି ଅସ୍ତରାଗ ସମ୍ଭାରେ।

ଗଙ୍ଗା ସେପାରିରେ ସବିତା ଧୀରେ ଯାଆନ୍ତି ଢଳି,

ନଦୀ ସିକତାରେ ସୁବର୍ଣ୍ଣ ରଙ୍ଗ କେ ଦେଲା ଢାଳି!

ଅସ୍ତରବି ସ୍ବର୍ଣ୍ଣାଭ ରଙ୍ଗେ ନାଚେ ନୀର ଗଙ୍ଗାର

ପ୍ରାସାଦ ଉପରେ ଦେଖନ୍ତି ଜେମା ସଂଧ୍ୟା ସୁନ୍ଦର।

ଏ ସମୟେ ପ୍ରାଚୀ ଗଗନେ ପୂର୍ଣ୍ଣମାସୀ ଚନ୍ଦ୍ରମା,

ଉଦେ, ଜ୍ୟୋତ୍ସ୍ନାସ୍ନାତ ହୋଇଲେ ଦ୍ରୁପଦ ରାଜଜେମା।


ଆୟତ୍ତ ଲୋଚନା, ଶ୍ୟାମ ବରନା,ବିଂଶ ବୟସୀ,

ସୁଗଠିତ ତନୁ,କେଶରୀ କଟି ଅଳପ ହାସୀ।

ଲାଳିତ୍ୟଭରା ମୁଖଶୋଭା,ଓଷ୍ଠେ ସ୍ବପ୍ନ ସମ୍ଭାର,

ସୁଦୀର୍ଘ ଭୃଲତା,କେଶରାଶି କି ମେଘ ମହ୍ଲାର!

ଝରି ପଡୁଅଛି ଅମୃତ ବାଳା ଅବୟବରୁ,

କେତେ କାଳ ଧରି ବିଧାତା ଗଢିଛି ତନୁ ଚାରୁ !


ନୀଳ ଝିନ୍ନବାସ ଅନ୍ତରୁ ଫୁଟିଉଠେ ଯୌବନ,

ନୀଳୋତ୍ପଳ ବାସ ଅଙ୍ଗରୁ ହୁଏ ପ୍ରବହମାନ।

ପୁଷ୍ପ ଭାବି ଭ୍ରମେ ମିଳିନ୍ଦ ଆସି ଚୁମ୍ବନ୍ତି ମୁଖ,

ଉଦ୍ୟାନ ଭ୍ରମଣ ସମୟେ ଜେମା ଲଭନ୍ତି ଦୁଃଖ।

ଚାରୁ ଚରଣେ ଅଲକ୍ତକ, ଝୁମୁ ଝୁମୁ ପାଉଁଜି,

କଟିରେ ମେଖଳା କିଙ୍କିଣୀ ଦିଏ ସଙ୍ଗୀତ ରଚି।

ସ୍ୱର୍ଣ୍ଣ ବାଜୁବନ୍ଧ ବାହୁରେ, ଗଳାରେ ରତ୍ନମାଳ,

ହସ୍ତେ ସ୍ବର୍ଣ୍ଣ ଚୁଡି ଚମକେ,ବେଣୀରେ ପୁଷ୍ପହାର।


ହୀରକ ମୁଦ୍ରିକା ଅଙ୍ଗୁଳି କରଇ ଶୋଭାବନ,

ରତ୍ନମୁଦି ପାଦ ମଣ୍ଡିଛି ସୁବର୍ଣ୍ଣ ପୁଷ୍ପ ସମ।

ନାସାରେ ଶୁଭ୍ର ନାକଚଣା ଦିଶଇ ଝଲମଲ,

ପ୍ରଭାତୀ ତାରା କି ଚମକେ ପ୍ରାଚୀ ଗଣ୍ଡମଣ୍ଡଳ।

ଚାରୁ ପଦ୍ମକଳି ସଦୃଶ ବାମା ବକ୍ଷ ଯୁଗଳ,

ନାଚଇ ନିତମ୍ବ ଯେସନେ ପଦ୍ମ-ପତ୍ରରେ ଜଳ।


ଚାଲିରେ ହସ୍ତୀଠାଣି,ମୁଖେ ଦୃଢ ସଂକଳ୍ପ ଦୀପ୍ତ,

ପାଞ୍ଚାଳ ସାମ୍ରାଜ୍ୟ ଅମୂଲ୍ୟ ହୀରା ହୋଇଛି ପ୍ରାପ୍ତ।

ଭ୍ରାତା ଧୃଷ୍ଟଦ୍ୟୁମ୍ନ ସହିତେ ଯଜ୍ଞରୁ ସେ ସମ୍ଭୂତା

ତେଣୁ ଯାଜ୍ଞସେନୀ ନାମରେ ଜଗତରେ ବିଦିତା।

କ୍ରମଶଃ.......


Rate this content
Log in

Similar oriya poem from Classics