STORYMIRROR

Samar Ballav Bhoi

Abstract Action Inspirational

3  

Samar Ballav Bhoi

Abstract Action Inspirational

ଭଙ୍ଗା କଣ୍ଢେଇର ମନ

ଭଙ୍ଗା କଣ୍ଢେଇର ମନ

1 min
203


ମାଆ ମାଆ ମୁଁ ଏଇ ଘରେ

ଭଙ୍ଗା କଣ୍ଢେଇ ସଙ୍ଗେ ଖେଳୁଛି

କଣ୍ଢେଇ ତ ନିର୍ଜିବ ବସ୍ତୁ

ଭଙ୍ଗା କଣ୍ଢେଇ ପରି 

ହାତ ଓ ପାଟି ଖୋଲୁ ନାହି 

କାହାକୁ କିଛି ପାରେନା କହି

ସବୁଦିନ ଆଦେଶ ରେ ଚାଲେ

ଆଦେଶରେ ମୋ ସାଙ୍ଗେ ଖେଳେ

ନିରିହ ସରଳ ପରି ଦିଶେ

ଭାବନାର ଭାସ୍କର୍ଯ୍ୟ ଅନେକ କିଛି

କେବେ କିଛି ମାଗିବାକୁ ସ୍ବପ୍ନ ନାହିଁ

ମଣିଷ ପରି ସମାନ ମୋ ମନ

ହେଲେ କେବେ ମଣିଷ ମୁଁ ନୁହେଁ

ମୁଁ ଆନନ୍ଦ ଦେଇ ଦେଇ 

ସବୁବେଳେ ନିରିହ ନିର୍ବିକାର

ନା ଲୋଭ ନା ମୋହ ନା ଈଛା

ସବୁ ବେଳେ ଜଡ

ଏ ମଣିଷ ତ ମୋ ଜୀବନକୁ 

ଭାବେ ନାହିଁ କେବେ

ଖାଲି ଆଦେଶ ନିର୍ଦ୍ଦେଶ ଢାଳି ଦିଏ

ଶରୀରଟା ମୋର ଅତି ନରମ

ଭଙ୍ଗା କଣ୍ଢେଇ ର ମନ ଟିଏ ଅଛି

ହେଲେ ଆଖିର ପଲକରେ 

ଦେଖିବାକୁ ଇଚ୍ଛା ନଥିବା ମଣିଷ ଟି 

ଭାବେ ମୁଁ ଯନ୍ତ୍ର ପରି

ଅନବରତ କାର୍ଯ୍ୟରତ 

କିଏ ବୁଝେ ମୋ ମନ କଥା

ମୁଁ ତ କଣ୍ଢେଇ ପୁଣି 

ଶରୀରଟା ମୋର 

ଆଦେଶ ନିର୍ଦ୍ଦେଶରେ 

ଭାଙ୍ଗି ପଡ଼ିଛି ମୋ ଶରୀରର

ଏ ମଣିଷ କେବେ ଭାବେ ନା 

ମୋ ମନର କଷ୍ଟ

ଖେଳି ଚାଲେ କାହା କାହା 

ଆଦେଶ ନିର୍ଦ୍ଦେଶରେ

କେବେ ମୋ ପୁରିବ ଏ ମନ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract