Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Classics Inspirational

3  

Satyanarayan Sahoo

Abstract Classics Inspirational

ଭଙ୍ଗା ଦଦରା

ଭଙ୍ଗା ଦଦରା

1 min
164


ଭଙ୍ଗା ଦଦରାକୁ ଘରେ ଯେ ଫୋପଡ଼ା

ଯାଇ ଥାଏ ସବୁ ଦିନ

ଜାଣିଛ କି କେହି ଭଙ୍ଗା ଓ ଦଦରା 

ଦରବର ଗୁଣ ମାନ ।


ଏଣେ ତେଣେ ପଡି ପ୍ରଦୂଷିତ କରି

ସ୍ଥାନ ମାନ ଅବିରତ 

ବାୟୁ ଜଳ ସ୍ଥଳ କରେ ପ୍ରଦୂଷଣ

ସାଧଇ କ୍ଷତି ବହୁତ ।


ଗଦା ଗଦା ହୋଇ ଓଲିଆ ଗଦାରେ

ପଡ଼ି ରହି ପୁଣି ନାନା

ପ୍ରକାରର ବହୁ ଜୀବାଣୁ କିଟାଣୁ 

ଜନ୍ମାଇ ଛାଡେ ବାସନା ।


ପ୍ରଭବେ ତାହାର ଜୀବନ ଯାପନ

ହୁଏ ଅତି ଦୁର୍ବିସହ

ରୋଗ ପୀଡ଼ା ବଢେ ପୋକ ମାଛି ଉଡ଼ି

ବସୁ ଥାନ୍ତି ଶହ ଶହ ।


ସେହି ମାନେ ପରେ ମାନବ ଦେହରେ

ସଞ୍ଚାରି ତହିଁରୁ ବିଷ

ରୋଗ ପୀଡ଼ା ସୃଷ୍ଟି କରାଇବା ସହ

କରେ ପରିବେଶ ଧ୍ଵଂସ ।


ପୁନଃଚକ୍ରଣରେ ତହିଁରୁ ନୂତନ 

ଦ୍ରବ୍ୟ ହୁଏ ଉତ୍ପାଦନ

କଳା କୌଶଳରେ ତହୁଁ ହୋଇ ପାରେ

କେତେ ଯେ ଉପକରଣ ।


Rate this content
Log in

Similar oriya poem from Abstract