ଭଙ୍ଗା ଆଇନା
ଭଙ୍ଗା ଆଇନା
କେମିତିରେ ପ୍ରିୟା ମୌନବ୍ରତ କରି
ଆଦରିଲୁ ପର ହାତ
ମୋ ପାଇଁ ଖୋଳିଲୁ ଛଳନାରେ ଏକ
ଜୀବନ ମରଣ ଗର୍ତ୍ତ ।
ତୋର ଦଶାନଙ୍କ ଏତେ ଭୟଙ୍କର
ଯେସନେ ଗରଳ ଭରା
ମୃଗ ନୟନାରେ ବୁଝି ପାରିିିଲିନି
ଛଳନାରେ ତୁହି ହୀରା ।
କୁସୁମ ଶରକୁ ହୃଦୟେ ମାରି ତୁ
ବାନ୍ଧି ଥିଲୁ ପ୍ରେମ ଫାଶେ
ପ୍ରତାରଣା କରି ବୁୁୁୁଡାଇ ମାରିିିଲୁ
କାହିଁକି ତୁ ପରିଶେଷେ ?
ବିରହୀ ମନଟା ପଡି ପଡ଼ି ଆଜି
କରେ ବସି ଅନୁତାପ
ସ୍ଵାର୍ଥବୋଳା ତୋର ସେନେହ ଆଦର
ବଇରି ସମ୍ମୁଖେ ତୋପ ।
ପ୍ରବଞ୍ଚନା ତୋର ଏତେ ଯେ କଠୋର
କହିିିବାକୁ ଭାଷା ନାହିଁ
ଟୁକୁରା କରିଲୁ ହୃଦୟ ଆଇନା
ଲକ୍ଷ୍ମଣଗାରକୁ ଡେଇଁ ।
ତଥାପି ବୋଳିିିନିି ନିିନ୍ଦା ଅପନିନ୍ଦା
ଜଳୁ ପଛେ ମୋର ଜୁଇ
ତୋ ଛଳନା ଯେତେ ଦଂଶନ କରିିିଲେ
ସହିିିବି ମୁଁ ପ୍ରାଣ ଦେଇ ।

