STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଭଲପାଏ ମୁହିଁ

ଭଲପାଏ ମୁହିଁ

1 min
299


ଭଲପାଏ ମୁହିଁ ମାତୃଭାଷାକୁ

  ଜନନୀ ଭାଷା ଏହୁ,

ଗର୍ବିତ ହୁଅଇ କହିଲେ ତାରେ

  ଉତ୍କଳ ଭାଷା ଏହୁ।


ଜଗନ୍ନାଥ ପରା ଆରାଧ୍ୟ ଆମ

   ଭକ୍ତି ଚରଣେ ତାଙ୍କ,

ସମର୍ପଣ ଭାବ ରଖିଅଛି ପଦେ

   ରଖିଛି ଭକ୍ତି ତାଙ୍କ।


ଉତ୍କଳ ସଂସ୍କୃତି ଭଲପାଏ ଟି

  ପ୍ରଭୁ ସଂସ୍କୃତି ପରା,

ଭଲପାଏ ମୁହିଁ ଓଡ଼ିଆ ଭାଷା

  ଜନନୀ ଭାଷା ପରା।


ଭଲପାଏ ମୁହିଁ ବିଚ୍ଛନ୍ନାଚଳ

  ଯହିଁ ଜନମ ମୁହିଁ,

ଭାଷା ସୁରକ୍ଷାରେ ଅର୍ପିତ ପ୍ରାଣ

  କରିଛି ପରା ମୁହିଁ।


ଗୁଞ୍ଜୁ ଉଠୁ ଏଠି ଓଡ଼ିଆ ଭାଷା

  ରଚନା ମୁହିଁ କରେ,

ଭଲପାଏ ମୁହିଁ ଭାଷାକୁ ଆମ

   ଗୁଞ୍ଜୁ ଉଠୁ ଟି ଥରେ।


ଭାଷାର ପ୍ରଦୀପ ଜଳୁ ଏଠାରେ

  ଲାଗିଛି ତାର ପଛେ,

ଦୟା କାଳିଆର ହେବ ନିଶ୍ଚୟ

  ରହିଛି ଭକ୍ତି ପଛେ।


ଭଲପାଏ ମୁହିଁ ଭୂମି ଏଠାର

 ଖେଳି ଅଛି ଟି କଳେ,

ବନ ଉଦ୍ୟାନ ଭଲପାଏ ମୁହିଁ

  ରହିଛି ଯାର କଳେ।


ପୁଷ୍ପ ଉଦ୍ୟାନ ଭଲପାଏ ଟି

  ରହିଛି ଏହୁ କ୍ଷେତ୍ରେ,

ଭ୍ରମର ଗୁଞ୍ଜନ କରୁ ଥାଏ ଟି

  ଖୁସି ସମ୍ପନ୍ନ କ୍ଷେତ୍ରେ।


ଭଲପାଏ ଟି ପିତୃମାତୃ ସେବା

  ଆରାଧ୍ୟ ପରା ଆମ,

ଗୁରୁଜନ ପ୍ରତି ଆଦର ରଖେ

  ଅଟେ କର୍ତ୍ତବ୍ୟ ଆମ।


ରାଷ୍ଟ୍ରର କାର୍ଯ୍ୟରେ ଜନତା ସେବା

  ମନ୍ତ୍ର ଅଟେ ଟି ମୋର,

ଜୀବନ ଅର୍ପଣ ରାଷ୍ଟ୍ର ପ୍ରେମରେ

  କାର୍ଯ୍ୟ ଟି ନିରନ୍ତର।


ଭଲପାଏ ମୁହିଁ ରାଷ୍ଟ୍ର ଗୌରବ

  ମନେ ହୁଏ କୁତୁହଳ,

ଅନୁଭବ ହୁଏ ସ୍ବର୍ଗର ପ୍ରାପ୍ତି

  ଥାଏ ଟି ଶ୍ରଦ୍ଧା ବଳ।


ଭଲପାଏ ଟି ସମଭାବ ମନ୍ତ୍ର

  ରଖେ ଗୃହସ୍ତାଶ୍ରମେ,

ରଖେ ନାହିଁ ତହିଁ ଭେଦଭାବକୁ

  କର୍ତ୍ତବ୍ୟ ଟି ଗୃହ ଧର୍ମେ।


ପ୍ରେମ ଭକ୍ତି ଶ୍ରଦ୍ଧା କୃଷ୍ଣ ଓ ରାମେ

  ଜପ ମାଳି କରିଛି,

ଭକ୍ତିରେ ଚରଣେ ନିରନ୍ତରେ ହିଁ

  ହୃଦୟେ ସେ ଗୁଞ୍ଜୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract