STORYMIRROR

Bhabani charan Mishra

Tragedy

2  

Bhabani charan Mishra

Tragedy

ଭଲ..

ଭଲ..

1 min
14.3K


ମୁଁ ଭୁଲି ଯିବି..

ଭୁଲି ଯାଅ ଏଥର..।

କେମିତି କହିଲ ହାଏ

ପ୍ରିୟା ଗୋ ମୋର..॥

ପ୍ରେମ ସୁନା ଚଢେଇର..

କଅଁଳୁଛି ନୁଆଁ ପର..।

କେମିତି ମୁଁ ନିଜ ହାତେ..

ଦେବି ଜହର..??

ପ୍ରିୟା ..ଦେବି ଜହର..।॥।॥


ଦି ପଟ ଚୁଡି କୁ ହାଏ..

ଟୋପେ ସିନ୍ଦୁର..।

କିଏ ପିନ୍ଦେଇଲା ସତେ..

କରି ନିଜର..॥

କି ପାପ ମୁଁ କଲି ସତେ..।

କିଏ ପୁଣ୍ୟବନ୍ତ ଏତେ..??

ଆଖିରୁ ଚୋରେଇ ନେଲା..

ସପନ ମୋର..॥

ପ୍ରିୟା.. ସପନ ମୋର..॥।॥।॥


ହଜାରେ ସ୍ମୃତିରେ ଗଢା..

ମୋ ବାଲି ଘର..।

ହୃଦୟ ହଜିଲା ନୁଆଁ..

ଖେଳରୁ ମୋର..॥

କରି ମୋତେ ଯାଯାବର..।

ଗଢିଲ ନୀଡ କାହାର..॥

ମରିଚିକା ପଛେ ତୃଷା..

ଜୀବନ ମୋର..॥

ପ୍ରିୟା..ଜୀବନ ମୋର..॥।॥।॥


ମନ ଚନ୍ଦନ ବନେ ରେ

ଧୂଳି ଧୂସର..।

ପ୍ରେମର ଜୁଇରେ ସ୍ମୃତି..

ନିଆଁ ଅଙ୍ଗାର..॥

ହାଏ ଗୋ ମୟୁରୀ ମୋର..।

ଡେଇଁଲ ଲକ୍ଷ୍ମଣ ଗାର..॥

ସେନେହ ସରଧା କରି..

ପାଣିର ଗାର..॥

ପ୍ରିୟା..ପାଣିର ଗାର..॥।॥।


ଆଖି ଆଗରେ ଶ୍ମଶାନ ..

ଜଳୁଛି ମୋର..।

ପାଦତଳ ଚିରେ ତୀକ୍ଷ୍ଣ..

ଖଣ୍ତାର ଧାର..॥

ଚାଲିରେ ରକତ ଧାର..।

ରହିଲେ ହେବି ପଥର..॥

ହୃଦୟରେ ଚାଲେ ପ୍ରେମ

ଶାଣିତ ଖୁର..।

ତଥାପି କହେ ମୁଁ ଭଲ

ପ୍ରିୟା..ଗୋ ମୋର..।

ହାଏ..ପ୍ରିୟା ଗୋ ମୋର..॥।॥।॥

*******************

bhabani charan mishra

mohana ( gajapati )

9438187739


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy