Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna Nutan Kumar Behera

Abstract Action Inspirational

3  

Kabiratna Nutan Kumar Behera

Abstract Action Inspirational

ଭଲ ମଣିଷ ଖୋଜା ଚାଲିଛି

ଭଲ ମଣିଷ ଖୋଜା ଚାଲିଛି

1 min
124



ତୁମେ ଖୋଜୁଛ ମୁଁ ବି ଖୋଜୁଛି

ସାରା ସମାଜରେ ଭଲ ମଣିଷଟିଏ

ଭଲର ସଂଜ୍ଞା ନିରୂପଣ କରୁ ଆମେ

ବହୁ ଭାବି ଚିନ୍ତି ଭିନ୍ନ ଭିନ୍ନ ଦୃଷ୍ଟି କୋଣରୁ

ମୂଲ୍ୟାୟନ ହୁଏ ଯେବେ ତାର

ଭଲ ମଣିଷର ବ୍ୟକ୍ତିତ୍ଵ ଓ ଚରିତ୍ର

ତାର ସୀମାରେଖା ଛୁଇଁବାକୁ

ମିଳନ୍ତିନି ଭଲ କେହି...ଲାଗେ ବିରଳ

ତଥାପି କରୁଛୁ ଆଶା ରଖିଛୁ ବିଶ୍ବାସ

ଦୁନିଆଁରେ ଭଲ ମଣିଷ ଥିବେ ନିଶ୍ଚିତ

ସଂସାର ଚାଲିଛି ତା ବାଟରେ

ଉଦୟ ହୁଅନ୍ତି ସୂର୍ଯ୍ୟ ଚନ୍ଦ୍ର

ଆଲୋକ ଦିଅନ୍ତି ଦୂରେଇ ଅନ୍ଧାର

ହୁଏ ଖରା ବର୍ଷା ଶୀତ... ଋତୁ ବଦଳେ

ଜନ୍ମ ମୃତ୍ୟୁର ଚକ୍ରରେ ଜୀବନ ଘୁରୁଛି

ଭଲ ମଣିଷ ଖୋଜା ଚାଲିଛି

ଆମ ମାନସିକତା ଆମ ରୁଚି ନୀତି

ଆମେ ପାରୁଛି ବଦଳାଇ ନା ପ୍ରକୃତି

ଗୋଟାଏ ବନ୍ଧନରେ ତ ବାନ୍ଧି ହୋଇଛୁ

ତଥାପି ଟାଣି ଓଟାରି ନିଅନ୍ତି ଆମକୁ

ପାର୍ଥିବ ମାୟା ମୋହ ଦେଖାଇ ଲୋଭ

ହୋଇ ନିରୁପାୟ ଖୋଜୁ ଉପାୟ

ଅସହାୟ ବେଳେ କିଏ ହେବ ସହାୟ

ନିଜ ରକ୍ତର ଆତ୍ମୀୟ ପୁତ୍ରକନ୍ୟା

ନା ସଂପର୍କୀୟ ବନ୍ଧୁ ବାନ୍ଧବ ସାଙ୍ଗ ସାଥି

ମନକୁ ଆସେ ନା ଦ୍ଵନ୍ଦ୍ଵ ଉପୁଜେ ଆଶଙ୍କା

ନିଜ ଭିତରେ ମୁଁ ଯେତେକି ନଦେଖୁଛି

ବେଶି ଦେଖୁଛି ଅନ୍ୟଠାରେ ସେ ଭଲଗୁଣ

ତୁଳନା କରେ କେତେ ଅଛି ତା ପାଖରେ 

ମନକୁ ବୁଝାଇଲେ ବି ବୁଝେ ନାହିଁ

ଅସନ୍ତୋଷ ପ୍ରକାଶ କରିବା ହୋଇଯାଇଛି

ତାର ଗୁଣ ସ୍ବଭାବ ପ୍ରକୃତି

ପରିବେଶ ପରିସ୍ଥିତିକୁ ନେଇ ତ

ସ୍ଥାନ କାଳ ପାତ୍ରରେ ଚଳିବାକୁ ପଡୁଛି

ତା' ଭିତରେ ଭଲ ମଣିଷ ଖୋଜା ଚାଲିଛି

ଜୀବନ ପରୀକ୍ଷାରେ ଶତ ପ୍ରତିଶତ

ନମ୍ବର ପାଇବାକୁ ମୁଁ ବିଫଳ ହେଉଛି

ନିଜେ ସଂପୂର୍ଣ୍ଣ ଭଲ ହୋଇ ପାରୁଛି

ନା ନିଜ ଆଗରେ କାହାକୁ ସଂପୂର୍ଣ୍ଣ ଭଲ

ସବୁ ଦୃଷ୍ଟିକୋଣରୁ ଦେଖି ପାରୁଛି

ତଥାପି ଭଲ ମଣିଷ ଖୋଜା ଚାଲିଛି...।

   



Rate this content
Log in

Similar oriya poem from Abstract