STORYMIRROR

Anirudha Kund

Classics

4.0  

Anirudha Kund

Classics

ଭକ୍ତର କାଳିଆ

ଭକ୍ତର କାଳିଆ

1 min
104



ଭକ୍ତ ବିକଳିଆ ଭକ୍ତର କାଳିଆ

   ଭକତ ବାନ୍ଧବ ହରି

 ଭକ୍ତ ପ୍ରାଣ ଧନ ଭକତ ଜୀବନ

  ଭକ୍ତ ପାଇଁ ଅବତରୀ


ଭକତର ତୁହି  ଭକତ ଗୋସାଇଁ

   ଭକତ ସୁନ୍ଦର ବର

ଭକ୍ତିକୁ ନିକଟ ଭକ୍ତିରେ ଆକଟ

  ଭକତ ପ୍ରିୟ ଠାକୁର


ଭକ୍ତ ତୁମ ପିତା ଭକ୍ତ ତୁମ ମାତା

  ଭକ୍ତ ସଖା ସହୋଦର

ଭକ୍ତ ସଙ୍ଗେ ଭାବ ଭକ୍ତର ବିଭବ

  ଭକ୍ତ ପ୍ରାଣର ଠାକୁର


ଭକତ ବିଦୁର ଭାବରେ ଆତୁର

   ଭଜା ଶାଗ ମଜା ନେଲ

ଭକତ ସୁଦାମା ଭଜା ଖୁଦ ଖାଇ

   ଭାବେ ଗଦ ଗଦ ହେଲ


ଭକତ ଶବରି ଭକତି ରେ ପଡି

  ଭୁଞ୍ଜିଲ ଅଇଁଠା କୋଳି

ଭକତ ଶ୍ରୀବତ୍ସ ଭର୍ତ୍ସନା ଗୋଇଠା

  ଭାବେ ଧରିଲ ସମ୍ଭାଳି


ଭକତର ତୁମେ ଭକତ ତୁମର

   ଭକତ ପରାଣ ବନ୍ଧୁ

ଭକ୍ତସଙ୍ଗେ ଲୀଳା ଭକ୍ତସଙ୍ଗେ ଖେଳା

    ଭକ୍ତଭାବେ କୃପାସିନ୍ଧୁ


Rate this content
Log in

Similar oriya poem from Classics