STORYMIRROR

Antaryami Sahu

Inspirational

3  

Antaryami Sahu

Inspirational

ଭକ୍ତର ଭାବନା

ଭକ୍ତର ଭାବନା

1 min
163


ହେ ମୋହନ ଚିତ ମୋର କର ଆକର୍ଷଣ

ତୁମ ସ୍ମୃତି ବିନୁ ମୋର ଅଥୟ ଜୀବନ ।

ନାଥ ଏତିକି ପ୍ରାର୍ଥନା

ତୁମେ ମୋର ମୁଁ ତୁମର କେବେହେଁ ଭୁଲେନା, II


ଆହାର ନିମନ୍ତେ ପକ୍ଷୀ ଶାବକକୁ ଛାଡି

ବସାରେ ଛାଡିଣ ମାଆ ପକ୍ଷୀ ଯାଏ ଉଡି,

ଚଞ୍ଚୁରେ ଆହାର ନେଇ 

ପୁଣି ଖୋଜି ନିଜ ସୁତ ଠାରେ ସେ ଫେରଇ, II


ପୁତ୍ର କଷ୍ଟ ଦେଖି ମାତା ସହି ନପାରଇ

ପୁତ୍ର ଦୁଃଖ ଦେଲେ ମାତା ମନେ ନ ଧରଇ. I

ମାତା ଭୁଲେ କି ବାଳକେ :

କୁ ପୁତ୍ର ହେଲେ ବି ସୁତ ଆଣି କୋଳେ ରଖେ।।


ମାତା ପୁତ୍ର ଭାବ ଦେଖି ରଖ ହେ ମୋହନ

ତୁମ୍ଭେ ମାତା ଆମ୍ଭେ ପୁତ୍ର ଆହେ ଜନାର୍ଦ୍ଦନ ।

ନାଥ ଏତିକି ପ୍ରାର୍ଥନା

ତୁମ୍ଭେ ମୋର ମୁଁ ତୁମର କେବେ ହେଁ ଭୁଲେନା।।


ତୁମ୍ଭରି ସୃଷ୍ଟିରେ କୃମୀ କୀଟ ଠାରୁ ହୀନ

ନଜାଣଇ ଭଲ-ମନ୍ଦ ମୁଁ ମୂଢ଼ ଅଜ୍ଞାନ-,

ଅଟେ ଅତି ମନ୍ଦ ବୁଦ୍ଧି

ଚିହ୍ନି ନ ପାରିଣ ସ୍ଵାମୀ ହରାଇଲି ବୁଦ୍ଧି । ।


ବିଷୟ। ରସରେ ପଡି ଭୁଲିଛି ତୁମ୍ଭଙ୍କୁ

କ୍ଷମା ଗୁଣେ କ୍ଷମା ନିଧି କ୍ଷମହେ ଦାସଙ୍କୁ '

କ୍ଷମା ସାଗର ମୁରାରୀ ।

କରିବ ଦୋଷୀକୁ କ୍ଷମା ଆହେ ବଂଶୀଧାରୀ । ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational