STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଭକ୍ତିମୟ ଆଜି ଭାରତ

ଭକ୍ତିମୟ ଆଜି ଭାରତ

1 min
417

( ରାଗ- ବଙ୍ଗଳାଶ୍ରୀ)


ମୃଦଙ୍ଗ ବାଜୁଛି କାହାଳୀ ଶୁଭୁଛି

  ରାବ୍ ପଡେ ରାମ ନାମ

ଜନ୍ମ ଦିନ ପରା କୌଶଲ୍ୟା ନନ୍ଦନ

   ରାଷ୍ଟ୍ରେ ଗୁଞ୍ଜୁଛି ଶ୍ରୀରାମ ll

ମୃଦଙ୍ଗ ବାଜୁଛି........


ଶୁକ୍ଳ ପକ୍ଷ ଆଜି ନବମୀର ତିଥି

  ତ୍ରେତୟା ଯୁଗର କଥା

ହୋଇ ଥିଲେ ଜନ୍ମ ଅନାଦି ଅନନ୍ତ

  ଗୁଞ୍ଜୁଅଛି ତାଙ୍କ ଗାଥା ll

ମୃଦଙ୍ଗ ବାଜୁଛି........


ରାମରାଜ୍ୟ କ୍ରୀତି ସେବାଭାବପ୍ରୀତି

  ଅମୃତ କାଳରେ ଗୁଞ୍ଜେ

ନୂଆ ଇତିହାସ ଲେଖୁଛି ଭାରତ

  ରାମ, ସନାତନୀ ଭଜେ ll

ମୃଦଙ୍ଗ ବାଜୁଛି........


ଏହିପରି ଗୁଞ୍ଜୁ ରାମ ପ୍ରଭୁ ନାମ

   ଶିକ୍ଷା ପରା କର୍ତ୍ତବ୍ୟର

ହେଉ ଦେଶ ବନ୍ଧୁ ଆତ୍ମନିର୍ଭରଟି

   ହେଉ ଉନ୍ନତି ଅପାର ll

ମୃଦଙ୍ଗ ବାଜୁଛି..........


ନୂଆ ଯୁଗ ପରି ସମୟ ଆସିଛି

  ଅମୃତ କାଳରେ ପରା

ଶକ୍ତିଶାଳୀ ରାଷ୍ଟ୍ର ଭାରତ ହୋଇଛି

   ରାମ ଆଶିର୍ବାଦ ସାରା ll

ମୃଦଙ୍ଗ ବାଜୁଛି...........


ଅନ୍ୟାୟୀ ଡ଼ରନ୍ତି ଶାସନ କାରଣୁ

   ଶତ୍ରୁ ଦେଶହେ କମ୍ପୁଛି

ଗୃହ ଶତ୍ରୁ ପରା ହାହାକାର ଏବେ

   ରାମରାଜ୍ୟ ଦିଶୁଅଛି ll

ମୃଦଙ୍ଗ ବାଜୁଛି..........


ଶାନ୍ତିର ସନ୍ଦେଶ ଦେଉଛି ବିଶ୍ବକୁ

  କର ନାହିଁ ଯୁଦ୍ଧ ବନ୍ଧୁ

ଯୁଦ୍ଧର ତାଣ୍ଡବେ ଲାଭ କିଛି ନାହିଁ

  କର କିମ୍ପା ଏହୁ ବିନ୍ଦୁ ?

ମୃଦଙ୍ଗ ବାଜୁଛି..........


ପବିତ୍ର ଭାରତ ଧର୍ମର ଧରଣୀ

  ରାମଙ୍କର ଭୂମି ପରା

ନାମ ରାମଙ୍କର ଶିଶୁ ହେ ଗାଉଛି 

  ଆମେ ସନାତନୀ ସାରା ll

ମୃଦଙ୍ଗ ବାଜୁଛି...........


ଗର୍ବିତ କରୁଛି ରାମଙ୍କ ନବମୀ

  ତ୍ରେତୟା ଯୁଗ୍ମ ହେଉଛି

ଅମୃତ କାଳରେ ରାମଙ୍କ ମନ୍ଦିର

  ଜନଜନ ମୋହୁ ଅଛି ll

ମୃଦଙ୍ଗ ବାଜୁଛି............


ବିଶ୍ବ ଗୁରୁ ପରି ଦେଶର ଆଦର

   ଜନତାରେ ଉତ୍ସାହିତ

ଭାରତ କଥାର ମାନ୍ୟତା ବିଶ୍ବରେ

  ସନାତନୀହେ ଆମେତ ll

ମୃଦଙ୍ଗ ବାଜୁ............



Rate this content
Log in

Similar oriya poem from Abstract