STORYMIRROR

Dr Simant Kumar Nanda

Action Classics

3  

Dr Simant Kumar Nanda

Action Classics

ଭକ୍ତି ରୁ ମୁକ୍ତି

ଭକ୍ତି ରୁ ମୁକ୍ତି

1 min
195


ଗୋପବାଳା ଆଉ କହ୍ନେଇ ମିଳନ,

ରଙ୍ଗ ଖେଳେ ନୁହେଁ ସୀମିତ,

ପୂର୍ବ ଜନମର କାମନା ପୂରଣ,

ଗୋପୀଜନ୍ମୁ ହେବେ ମୁକତ।


ଆସିଛନ୍ତି ସତେ, ଶ୍ରୀ ବ୍ରଜବିହାରୀ,

ଚାହିଁଥିଲେ ଗୋପନାରୀ,

ରଙ୍ଗ ଖେଳିବାକୁ ମନେ ଯାଚିଥିଲେ,

ହୃଦେ ପ୍ରେମ ଭକ୍ତି ଭରି।


ବସନ୍ତରେ ମାର ପେଶିଲା ତା ଶର ,

ବିରହ ରସରେ ବୁଡି,

ଯୁବକ ଯୁବତୀ ଆତୁର ହୁଅନ୍ତି,

ନୀଡରୁ ଯିବାକୁ ଉଡ଼ି। 


ବ୍ରଜାଙ୍ଗନାଙ୍କର ରଙ୍ଗ ପିଚକାରୀ,

ଶ୍ୟାମଘନ ଅଙ୍ଗେ ଝରି,

ଇନ୍ଦ୍ରଧନୁ ସମ ସପ୍ତରଙ୍ଗ ସୃଷ୍ଟି,

ହୋଲି ଖେଳୁଛନ୍ତି ହରି।


ଅବିର ମୁଠିଏ କାହ୍ନା ଫିଙ୍ଗି ଦେଲେ,

ଗୋପାଙ୍ଗନା ମେଳି ଦେଖି,

ସେ ରଙ୍ଗରେ ସବୁ ମତୁଆଲା ହେଲେ,

ଦେହ ଛାଡିଦେଲା ପକ୍ଷୀ।


ଶ୍ୟାମପ୍ରିୟା, ରାଧା କନକ ଗୋରୀର,

ହୃଦରେ କହ୍ନେଇ ତୀର,

ବାୟାଣୀ, ବାତୁଳି,ମନ ଭିଡି ନେଲା,

କୃଷ୍ଣ ଅଙ୍ଗେ କଲା ଘର।


ଆତ୍ମା ଖୋଜୁଥିଲା ପରମାତ୍ମା ସଙ୍ଗ,

ତଟିନୀ ସାଗର ବକ୍ଷ,

ମୁକତି ଲଭିଲେ, ଗୋପ ଗୋପାଳୁଣୀ,

ରାଧାମାଧବ ଯା ପକ୍ଷ।


ଏତିକି ମାଗୁଣି କରୁଛି ଗୋବିନ୍ଦ

ତୁମ ପଦୁ ମକରନ୍ଦ,

ପାନ କରୁଥାନ୍ତୃ, ଏ ପୃଥିବୀ ବାସୀ,

ହୋଇଯାଉ ଯୁଦ୍ଧ ବନ୍ଦ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action